image source- live hindustan
ବାରିପଦା: ବାରିପଦା ଟାଉନ୍ ଥାନା ଅଞ୍ଚଳର ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବାଲ୍ୟ ବିବାହ କରାଯାଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଚଳିତ ମାସ ୨ ତାରିଖରେ ବାଲେଶ୍ବରର ଜଣେ ଯୁବକଙ୍କ ସହିତ ଏହି ନାବାଳିକା ଛାତ୍ରୀଙ୍କ ବିବାହ ସରିଥିବା ଜଣାପଡ଼ିଛି। ପରେ ଘଟଣା ସମ୍ପର୍କରେ ଜଣାପଡ଼ିବାରୁ ଚାଇଲ୍ଡଲାଇନ, ମୟୂରଭଞ୍ଜର ସଂଯୋଜକ ପ୍ରମୋଦ କୁମାର ଚୌଧୁରୀ ବାରିପଦା ସିଡିପିଓ ତଥା ବାଲ୍ୟ ବିବାହ ନିରୋଧ ଅଧିକାରିଣୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ସଂପୃକ୍ତ ନାବାଳିକା ଛାତ୍ରୀଙ୍କ ଇଛା ବିରୋଧରେ ଏହି ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସମୟରେ ନାବାଳିକା ଜଣଙ୍କ ତାଙ୍କ ଶ୍ବଶୁର ଘରେ ରହୁଥିବା ଚାଇଲ୍ଡଲାଇନ ପକ୍ଷରୁ ପ୍ରକାଶ। ଏନେଇ ବାରିପଦା ଟାଉନ ଥାନାରେ ଗୁରୁବାର ଦିନ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ନାବାଳିକାଙ୍କୁ ଉଦ୍ଧାର କରିବାକୁ ପୁଲିସ୍ ବାଲେଶ୍ବରରେ ଖୋଜଖବର କରୁଥିବା ପ୍ରକାଶ।
Follow Us