ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ଥିବା ଏକ ଜୋତା ଦୋକାନର ଗୋଦାମ ଘରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଚୋରି କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ଜୋତା ପୋଡ଼ି ନଷ୍ଟ ହୋଇଯାଇଛି। ଏନେଇ ଦୋକାନ ମାଲିକ ସୁବଳ ଚନ୍ଦ୍ର ସାହୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଜୋତା ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
Advertisment
Follow Us