ବାଣ ଫୁଟାରୁ ଅଗ୍ନିକାଣ୍ଡ, ପୋଡ଼ିଲା ଘର ଓ ଆସବାବପତ୍ର

Advertisment
ବାଣ ଫୁଟାରୁ ଅଗ୍ନିକାଣ୍ଡ, ପୋଡ଼ିଲା ଘର ଓ ଆସବାବପତ୍ର

Sambad

ବୈପାରିଗୁଡା: ବାଣ ଫୁଟାଉଥିବା ବେଳେ ନିଆଁ ଚାଳରେ ପଡ଼ି ଗୋଟିଏ ବଖରା ସହ ଆସବାବପତ୍ର ପୋଡ଼ ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର କାଉଡିଆଗୁଡା ଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଦୀପାବଳି ଅବସରରେ ପିଲାମାନେ ସନ୍ଧ୍ୟା ସାତଟା ବେଳେ ବାଣ ଫୁଟାଉଥିବା ସମୟରେ ନିଆଁ ଛିଟିକି ସାବିତ୍ରୀ ବିଷୋୟୀଙ୍କ ଘର ଚାଳ ଉପରେ ପଡି ନିଆଁ ଲାଗି ଯାଇଥିଲା। ଦୁଇ ବଖରା ବିଶିଷ୍ଟ ଘରର ଗୋଟିଏ ବଖରାରେ ନିଆଁ ଲାଗିଯିବା ଦେଖି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ବୈପାରିଗୁଡା ସ୍ଥିତ ଅଗ୍ନିଶମ କେନ୍ଦ୍ରକୁ ଫୋନ ଯୋଗେ ଜଣାଇଥିଲେ। ଅଗ୍ନିଶମ ବାହିନୀର ଅଫିସ ଇନଚାର୍ଜ ଉମେଶ ଚନ୍ଦ୍ର ବାଗ୍, ଗାଡ଼ି ଚାଲକ ଅଚ୍ୟୁତ ଓରାମ, ଆଗ୍ନିକ ଟି. ସେଠୀ, ଜି. ହିକିମ,ଏସ୍. ନାୟକ, ଏମ୍. ଡି. ଶବର ପ୍ରମୁଖ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ଏହି ଅଗ୍ନିକାଣ୍ଡରେ ୪ ବସ୍ତା ଧାନ ସହ ମାଣ୍ଡିଆ ଏବଂ ଆସବାବପତ୍ର ପୋଡ଼ ପାଉଁଶ ହୋଇଯାଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ତିରିଶି ହଜାର ଟଙ୍କାର ସମ୍ପତି ପୋଡ଼ି ଯାଇଥିବା ଜଣାପଡ଼ିଛି। ସାବିତ୍ରୀ ବିଷୋୟୀ ଜଣେ ଗରିବ ମହିଳା ହୋଇଥିବା ବେଳେ କାଉଡିଆଗୁଡା ବିଦ୍ୟାଳୟରେ ରୋଷେୟା ଭାବେ କାମ କରନ୍ତି। ତାଙ୍କର ଦୁଇ ଝିଅ ବାହା ହୋଇ ଯାଇଥିବା ବେଳେ ପୁଅ ସ୍କୁଲରେ ପଢୁଛି। ସାବିତ୍ରୀଙ୍କୁ ସରକାରଙ୍କ ତରଫରୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe