ଗଡ଼ଜିତରେ ଜଳିଗଲା ୬ ବଖରା ଘର, ୪ ପରିବାର ବାସହରା

Advertisment
ଗଡ଼ଜିତରେ ଜଳିଗଲା ୬ ବଖରା ଘର, ୪ ପରିବାର ବାସହରା

ଚଣ୍ତିଖୋଲ :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍  ଅନ୍ତର୍ଗତ ଅଚ୍ୟୁତବସନ୍ତ ପଞ୍ଚାୟତ ଗଡ଼ଜିତ ଗ୍ରାମରେ ଆଜି ଭୋର ସମୟରେ ଅଗ୍ନିକାଣ୍ତ ଘଟି ୬ ବଖରା ଘର ପାଉଁଶ ହୋଇଯାଇଛି । ଫଳରେ ଗ୍ରାମର ଶଙ୍କର୍ଷଣ ରାଉତ, ଦଶରଥ ରାଉତ, ଖୁଲଣା ରାଉତ ଓ ମହେନ୍ଦ୍ର ରାଉତଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଦଶରଥ ରାଉତଙ୍କର ଲକ୍ଷାଧିକ ଟଙ୍କାର ଟେଣ୍ଟ ହାଉସ ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚଣ୍ତିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମାତ୍ର ସେତେବେଳକୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ବିଧାୟକ ଅମର ପ୍ରସାଦ ଶତପଥୀ ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇଥିଲେ। ଦର୍ପଣ ତହସିଲ ପକ୍ଷରୁ ଅଗ୍ନି ବିପନଙ୍କୁ ଆର୍ଥିକ ସହାୟତା ଓ ପଲିଥିନ ଯୋଗାଇ ଦିଆଯାଇଛି। ଯୁବସମାଜସେବୀ ସୁଦୀପ ସାମଲ ଏହି ବିପନ୍ନ ପରିବାରକୁ ଶୀତବସ୍ତ୍ର, ପଲିଥିନ ଓ ରୋଷେଇ ଉପକରଣ ସହିତ ୭ ଦିନ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ସେହିପରି ଯୁବନେତା କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ବିପନ୍ନଙ୍କୁ ଆର୍ଥିକ ସହାୟତ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe