ଜଳୁଛି ଐତିହାସିକ ପପଙ୍ଗା ପାହାଡ଼

Advertisment
ଜଳୁଛି ଐତିହାସିକ ପପଙ୍ଗା ପାହାଡ଼

ଭେଡ଼େନ: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍‌ର ଐତିହାସିକ ପପଙ୍ଗା ପାହାଡ଼ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ଶୁକ୍ରବାର ପାହାଡ଼ର ଚାରିଆଡ଼େ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ନିଆଁ ଯୋଗୁଁ  ବହୁ ମୂଲ୍ୟବାନ ଗଛଲତା ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଅନେକ ପଶୁ ପକ୍ଷୀ ବି ପୋଡ଼ି ଯାଇଥିବା ଦେଖାଦେଇଛି। ବର୍ତ୍ତମାନ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ ଜନସାଧାରଣ ତତଲା କଡ଼େଇରେ ଭାଜି ହେଉଥିବା ବେଳେ ଜଙ୍ଗଲ ନିଆଁ ଯୋଗୁଁ ଆଖପାଖ ଅଞ୍ଚଳରେ ଉତ୍ତାପ ଢେର ପରିମାଣରେ ବଢ଼ିଯାଇଛି। ଯଦ୍ବାରା ପାହାଡ଼ ତଳେ ଥିବା ଗାଁ’ଗୁଡ଼ିକର ଲୋକଙ୍କ ସହ ପାହାଡ଼ ଉପରେ ମନ୍ଦିରରେ ରହୁଥିବା ସାଧୁଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ତେଣେ ବନ ବିଭାଗ କର୍ମଚାରୀ ନିଆଁ ଲିଭାଇକୁ ପ୍ରୟାସ ଜାରି ରଖିଥିଲେ ହେଁ ଚାରିଆଡ଼େ ନିଆଁ ଲାଗିଥିବା ଓ ପାଣି ଅଭାବ​ ଯୋଗୁଁ ସଫଳତା ପାଇପାରି ନାହାନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସମଗ୍ର ପାହାଡ଼ ହୁ ହୁ ହୋଇ ଜଳୁଛି।

ଜଙ୍ଗଲ ସୁରକ୍ଷା ପାଇଁ  ବନ ବିଭାଗ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଭଳି ନିଆଁ ଲାଗିବା ଓ ତଦ୍ବାରା ବୃକ୍ଷଲତା ନଷ୍ଟ ହେବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେତେ ସଚେତନ କଲେ ବି କିଛି ଅସାମାଜିକ ବାରମ୍ବାର ଏଭଳି କାଣ୍ଡ କରୁଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଛି। ପାହାଡ଼ ଉପରକୁ ପାଣି ବୋହି ନେବାକୁ ପଡୁଥିବାରୁ ନିଆଁ ଲିଭାଇବା ସମ୍ଭବ ହେଉନାହିଁ। ୫୦ରୁ ଅଧିକ ଲୋକ ନିଆଁ ଲିଭାଇବାକୁ ଲାଗିଥିଲେ ହେଁ ତାହା ଆୟତ୍ତ ହେବା ପରିବର୍ତ୍ତେ ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ତେବେ ଧାନ ଅମଳ ପରେ କେହି ଜମିରେ ଲଗାଇଥିବା ନିଆଁ ପାହାଡ଼କୁ ବ୍ୟାପି ଯାଇଥିବା ଚର୍ଚ୍ଚା ହେଉଛି। ଏପରିକି କିଛି ଦିନ ଭିତରେ ଜମି ନିଆଁରୁ ଅନେକ ଚାଷୀଙ୍କ ଧାନ, ଘର ଆଦି ପୋଡ଼ିଯାଇିବା ନଜିର ବି ରହିଛି। ଯଥା ଶୀଘ୍ର ନିଆଁକୁ ଆୟତ୍ତ କରାଯିବା ସହ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe