ଜେକେ କାଗଜ କଳ ଷ୍ଟୋର ରୁମରେ ଅଗ୍ନିକାଣ୍ଡ

Advertisment
ଜେକେ କାଗଜ କଳ ଷ୍ଟୋର ରୁମରେ ଅଗ୍ନିକାଣ୍ଡ

ରାୟଗଡ଼ା: ଜେକେ କାଗଜ କଳ ଷ୍ଟୋର ରୁମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ।

ଆଜି ସନ୍ଧ୍ୟା ପ୍ରାୟ ୬ଟାରେ କୌଣସି କାରଣବଶତଃ କମ୍ପାନି ପରିସରରେ ଥିବା ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଥିଲା। କମ୍ପାନି କର୍ମଚାରୀମାନେ ନିଆଁ ଦେଖିବା ପରେ ତୁରନ୍ତ ଏ ସମ୍ପର୍କରେ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ। ସୁରକ୍ଷା କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଷ୍ଟୋର ରୁମ ତାଲା ଭାଙ୍ଗିଥିଲେ। ତାଲା ଭାଙ୍ଗିବା ପରେ ପ୍ରସ୍ତୁତ ଥିବା ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କିଛି କ୍ଷତି ହୋଇନଥିବା କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe