ଭଞ୍ଜନଗରରେ ସାନିଟାରୀ ଗୋଦାମରେ ଅଗ୍ନିକାଣ୍ଡ, ୫ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

Advertisment
ଭଞ୍ଜନଗରରେ ସାନିଟାରୀ ଗୋଦାମରେ ଅଗ୍ନିକାଣ୍ଡ, ୫ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ଭଞ୍ଜନଗର: ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାନିଟାରୀ ସାମଗ୍ରୀ। ବାହାର ପଟୁ ଗୋଦାମ ବନ୍ଦ ରହିଥିବା ବେଳେ ଭିତରେ ଭିତରେ ନିଆଁ ପୂରା ଗୋଦାମ ସାରା ଖେଳି ଯାଇଥିଲା। ଭିତରେ ସବୁ ଜଳି ଛାରଖାର ହୋଇ ବାହାରକୁ ଧୂଆଁ ଆସିବା ପରେ ଅଗ୍ନିକାଣ୍ଡ ବିଷୟରେ ଜାଣିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଭଞ୍ଜନଗର ବାଉଁଶଲୁଣ୍ଡିସ୍ଥିତ ଅମରନଗର ଠାରେ ଥିବା ଏକ ସାନିଟାରୀ ଗୋଦାମରେ।

ସୂଚନା ଅନୁସାରେ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଛି। ବାଉଁଶଲୁଣ୍ଡି ମୁଖ୍ୟରାସ୍ତାରେ ଥିବା ଅଭିଷେକ ମାର୍ବଲ ଓ ସାନିଟାରୀ ଦୋକାନର ସାନିଟାରୀ ଜିନିଷ ଏହି ଗୋଦାମରେ ରହିଥିଲା। ଗୋଦାମ ବନ୍ଦ ରହଥିବା ବେଳେ ଭିତରୁ ଧୂଆଁ ବାହାରୁଥିବା ଦେଖି କିଛି ଲୋକ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ। ମାଲିକ ଗୋଦମ ଖୋଲିବା ପରେ ଭିତରେ ତିବ୍ର ବେଗରେ ନିଆଁ ଲାଗିଥିବା ଦେଖଇବାକୁ ପାଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ ସମସ୍ତ ଜିନିଷ ନଷ୍ଟ ହୋଇଯାଇଥିଲାଯ ଗୋଦାମ ଭିତରେ ଥିବା ଲାଟିନ୍‌ ପ୍ୟାନ୍‌, ସିଙ୍କ୍‌, କମୋଡ, ସସେ୍‌ଟଇନ୍‌ କଭର ଭଳି ସମସ୍ତ ସାନିଟାରୀ ବ୍ୟବହାର ଜିନିଷ ନଷ୍ଠ ହୋଇଯାଇଛି। ଏହି ସବୁ ଜିନିଷ କାଗଜ ବା ଅଟା ପ୍ୟାକେଟ୍‌ ଭିତରେ ରହିଥିବାରୁ ଅତି କମ୍‌ ସମୟରେ ନିଆଁ ଚାରିଆଡେ ଖେଳିଯାଇଥିବା ଦୋକାନ ମାଲିକ ପ୍ରମୋଦ କୁମାର ନାୟକ କହିଛନ୍ତି। ବିଭିନ୍ନ ଦାମୀ କମ୍ପାନିର ସାନିଟାରୀ ସାମଗ୍ରୀ ରହିଥିବାରୁ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତି ନଷ୍ଠ ହୋଇଥିବା ମାଲିକ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଗୋଦାମ ବାହାରେ ଥିବା ଅଳିଆ ଗଦାରେ କେହି ନିଆଁ ଲଗାଇଥିବା ବେଳେ ସେଠାରୁ ନିଆଁ ଆସି ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe