ପୁଣି ସମୁଦ୍ର ମଝିରେ ମାଛଧରା ଟ୍ରଲର ଜଳିଗଲା, ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ପୁଣି ସମୁଦ୍ର ମଝିରେ ମାଛଧରା ଟ୍ରଲର ଜଳିଗଲା, ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

Sambad

ଜଗତସିଂହପୁର: କିଛି ଦିନର ବ୍ୟବଧାନ ପରେ ପାରାଦୀପ ସମୁଦ୍ର ମଝିରେ ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମତ୍ସ୍ୟଜୀବୀ ୯ ମତ୍ସ୍ୟଜୀବୀ। ଆଜି ଅପରାହ୍ନରେ ମଝି ସମୁଦ୍ରରେ ଭଗବତୀ-୩ ନାମକ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଥିବା ଜଣାପଡିଛି। କୂଳଠାରୁ ପ୍ରାୟ ୮୦ ନଟିକାଲ ମାଇଲ୍‌ ଦୂରରେ ଘଟିଛି ଏହି ଅଘଟଣ। ସେହି ବୋଟ୍‌ରେ ଥିଲେ ୯ ଜଣ ମତ୍ସ୍ୟଜୀବୀ, ସମସ୍ତ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ବୋଟ୍‌ରେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଇଞ୍ଜିନରେ ଥିବା ଟର୍ବୋ ସ୍ପାର୍କିଂରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଲୋକନାଥ-୧, ମୁକ୍ତିମଣ୍ଡପ, ଶିବକୃପା ନାମକ ତିନୋଟି ମାଛ ଧରା ଟ୍ରଲର ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ଆସନ୍ତା କାଲି ସେମାନେ ଆସି ପାରାଦୀପ ମାଛଧରା ବନ୍ଦର ରେ ପହଞ୍ଚିବେ ବୋଲି ଜଣାପଡିଛି।

ପୁଣି ସମୁଦ୍ର ମଝିରେ ମାଛଧରା ଟ୍ରଲର ଜଳିଗଲା, ବର୍ତ୍ତିଲେ ୯ ମତ୍ସ୍ୟଜୀବୀ ଉଲ୍ଲେଖ‌ଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ କୋଣାର୍କ ନିକଟରେ ମାଛ ମାରୁଥିବା ଶ୍ରୀଲକ୍ଷ୍ମୀ ନାରାୟଣ ନାମକ ଏକ ଟ୍ରଲରରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏହାର କର୍ମଚାରୀମାନେ ସମସ୍ତ ଚେଷ୍ଟା ସତ୍ତ୍ବେ ନିଆଁକୁ ଆୟତ୍ତ କରି ପାରି ନଥିଲେ। ଅନ୍ୟ ଏକ ଟ୍ରଲର ନିକଟରେ ମାଛ ମାରୁଥିବା ବେଳେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା। ଏହି ଅଘଟଣର ୨୪ ଘଣ୍ଟା ନ ପୁରୁଣୁ ପୁଣି ଏକ ଅଘଟଣ ମତ୍ସ୍ୟଜୀବୀ ମହଲରେ ଆଲୋଡ଼ନ ସୃ‌ଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe