ବୀରମହାରାଜପୁର ନିର୍ବାଚନ ରେକର୍ଡ ରୁମ୍‌ରେ ନିଆଁ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ

Advertisment
ବୀରମହାରାଜପୁର ନିର୍ବାଚନ ରେକର୍ଡ ରୁମ୍‌ରେ ନିଆଁ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନ ରେକର୍ଡ ରୁମରେ ନିଆଁ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଦିନ ପ୍ରାୟ ୨.୩୦ମିରେ ସମୟରେ ରେକର୍ଡ ରୁମରୁ ଧୂଆଁ ବାହାରୁଥିବା ପ୍ରଥମେ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଦେଖି ଉପଜିଲ୍ଲାପାଳ ଅଶୋକ ଭୋଇ ଓ ଅଗ୍ନିଶମ ବିଭାଗ ଅଧିକାରୀ କବି ସେଠୀଙ୍କୁ ଫୋନ୍‌ରେ ଜଣାଇଥିଲେ। ଉପଜିଲ୍ଲାପାଳ ତୁରନ୍ତ ଘଟଣାସ୍ଥଳରେ ସମସ୍ତ କର୍ମଚାରୀଙ୍କ ସହ ପହଞ୍ଚି ଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହି ରେକର୍ଡ ରୁମ୍‌ରେ ଥିବା ଭୋଟର ତାଲିକାରେ ନୂତନ ନାମ ଯୁକ୍ତ କରିବା ପାଇଁ ଫର୍ମ ନମ୍ବର ୬, ୭ ଓ ୮ ପୋଡ଼ି ପାଉଁଶ ହୋଇଯାଇଛି। ଏହା ସହିତ ୨୦୧୭, ୧୮ ଓ ୧୯ ମସିହାର ଭୋଟର୍ ତାଲିକା ବି ପୋଡ଼ି ନଷ୍ଟ ହୋଇଯାଇଛି। ଏଠରେ ଥିବା ଇଭିଏମ୍ ମେସିନ୍‌ ବ୍ୟାଟେରି ସୁରକ୍ଷିତ ଥିବା ଜଣାଯାଇଛି। ଏଠାରେ ବିଦ୍ୟୁତ୍‌ ସଂଯୋଗ ନାହିଁ ତେଣୁ ସର୍ଟସର୍କିଟ ହେବାର ପ୍ରଶ୍ନ ଉଠୁ ନାହିଁ। ସେହିପରି ଏହି ରୁମ୍‌ରେ କେବଳ ଗୋଟିଏ ଲୁହାର ଝରକା ରହିଛି। ତେଣୁ କେହି ଦୁର୍ବୃତ୍ତ ଝରକା ପଟୁ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲୁଥିବା ଥାନା ଅଧିକାରୀ ପ୍ରଭା ଧାନ ସୂଚନା ଦେଇଛନ୍ତି।
୩ ମାସ ତଳେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଚା’ ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ଗ୍ୟାସ୍ ସିଲିଣ୍ଡର୍ ଫାଟିଯାଇଥିଲା। ଦୋକାନଟି ସମ୍ପୂର୍ଣ୍ଣ ଭାବରେ ଭସ୍ମୀଭୂତ ହୋଇଯାଇଥିଲା। ଥାନାରେ ଅଭିଯୋଗ ହୋଇଥିଲେ ବି ଅଦ୍ୟାବଧି ଦୁର୍ବୃତ୍ତ ଧରାପଡ଼ି ନାହିଁ। ତେଣୁ ଏହାର ଉଚିତ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଅପରାଧୀ ଉତ୍ସାହିତ ହେବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe