ବିଦ୍ୟୁତ୍‌ ସଟ୍‌ସର୍କିଟ ଯୋଗୁଁ ଘରର ସମସ୍ତ ଆସବାବପତ୍ର ପୋଡ଼ିଗଲା

ବିଦ୍ୟୁତ୍‌ ସଟ୍‌ସର୍କିଟ ଯୋଗୁଁ ଘରର ସମସ୍ତ ଆସବାବପତ୍ର ପୋଡ଼ିଗଲା

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ସହରର ଭାଲୁଗୁଡାସାହିରେ ଥିବା ମେଡିକାଲ୍‌ କଲୋନି ରହୁଥିବା ପ୍ରେମ ହରିଜନଙ୍କ ଘରେ ବିଦ୍ୟୁତ୍‌ ସଟ୍‌ସର୍କିଟ ଯୋଗୁଁ ଆଜି ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି।

ସକାଳେ ପ୍ରାୟ ୧୦ଟା ସମୟରେ ଘରେ ପରିବାରର ସମସ୍ତେ ଥିବା ବେଳେ ଘର ଭିତରୁ ନିଆଁ ଲାଗିବ ଆରମ୍ଭ ହେଲା ଓ ଏହା ଧୀରେ ଧୀରେ ସବୁ କୋଠରିକୁ ବ୍ୟାପିଥିଲା। ଫଳରେ ଟିଭି, କୁଲର, ସମସ୍ତ ଖଟିଆ, ଲୁଗା, ଶୀତ ବସ୍ତ୍ର ଏପରିକି କିଛି ଟଙ୍କା, ମୋବାଇଲ ଫୋନ, ଆଲ୍‌ମାରୀ ମଧ୍ୟ ପୋଡ଼ିଯାଇଥିବା ଜଣାପଡିଛି। ଖବର ପାଇଁ ଦମକଳ ଗାଡ଼ି ପହଞ୍ଚିବା ବେଳକୁ ବହୁ କିଛି ପୋଡିଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ତେବେ ଉପସ୍ଥିତ ଲୋକେ ଘର ଭୀତରେ ଥିବା ଗାସ୍‌ ସିଲିଣ୍ଡର୍‌କୁ ବାହାର୍‌ କରିଦେଲେ ନଚେତ୍‌ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା ବୋଲି କଂଗ୍ରେସର ପୂର୍ବତନ କାଉନସିଲର ମୁନା ପାଢ଼ୀ କହିଛନ୍ତି। ପ୍ରେମ ହରିଜନ ଜଣେ ଶ୍ରମିକ ହେଇଥିବାରୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାଲୁଗୁଡାବାସୀ ଓ ମୁନା ପାଢ଼ୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe