କେନ୍ଦ୍ରାପଡ଼ା: ଜଳିଗଲା ୭୦ ବଖରା, ୨୦ରୁ ଅଧିକ ଆହତ, ପାଉଁଶ ହୋଇଗଲା ୪୦ ସାଇକେଲ-୫ବାଇକ

କେନ୍ଦ୍ରାପଡ଼ା: ଜଳିଗଲା ୭୦ ବଖରା, ୨୦ରୁ ଅଧିକ ଆହତ, ପାଉଁଶ ହୋଇଗଲା ୪୦ ସାଇକେଲ-୫ବାଇକ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତହସିଲ ଅନ୍ତର୍ଗତ ଜାଲକଣା ଗ୍ରାମରେ ଗୁରୁବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ଣ ପାଖାପାଖି ୧୨ଟା ହେବ ଏକ ଘରୁ ହଠାତ୍‌ ନିଆଁ ବାହାରି ତାହା ପଡୋଶୀ ଘରକୁ ବ୍ୟାପିଥିଲା। ଧୀରେ ଧୀରେ ଏହା ବିରାଟ ରୂପ ନେଇଥିଲା।

publive-image

ସୂଚନା ପାଇ କେନ୍ଦ୍ରପଡା, ମହାକାଳପଡ଼ା ଓ ମାର୍ଶାଘାଇରୁ ପ୍ରାୟ ୫ଟି ଦମକଳ ଗାଡ଼ି ପହଚିଛି। ରିପୋର୍ଟ ଲେଖାଯିବା ବେଳକୁ ନିଆଁ ଆୟତ୍ତ ହୋଇ ପାରି ନାହିଁ। ଏହାରି ମଧ୍ୟରେ ଲୋକଙ୍କର ୪୦ଟି ସାଇକେଲ, ୫ଟି ବାଇକ୍‌, କିଛି ଗାଈ-ଗୋରୁ ସଂପୂର୍ଣ୍ଣ ରୂପେ ପୋଡି ଯାଇଥିବା ବେଳେ ଏଗୁଡ଼ିକୁ ଉଦ୍ଧାର ପାଇଁ ଉଦ୍ୟମ କରୁଥିବା ପ୍ରାୟ ୨୦ ଜଣ ଲୋକ ନିଆଁରେ ଆହତ ହୋଇଛନ୍ତି। ସମସ୍ତ ଆହତ ବ୍ୟକ୍ତିମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

publive-image

ଦମକଳ ବାହିନୀର କର୍ମଚାରୀମାନେ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ନିଜର ଉଦ୍ୟମ ଜାରି ରଖିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରି ନାହିଁ। ନିଆଁ ଲାଗିବାର କାରଣ ରିପୋର୍ଟ ଲେଖାଯିବା ବେଳକୁ ଜଣାପଡ଼ି ନାହିଁ। ସେହିପରି କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ।

publive-image

ଜଣେ ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ନିଆଁ ଭୟଙ୍କର ରୂପ ନେଇଥିଲା। ପ୍ରଥମେ ପ୍ରଥମେ ଗାଁ ଲୋକେ ମିଶି ଏହାକୁ ଲିଭାଇବାକୁ ଉଦ୍ୟମ କରିଥିଲୁ କିନ୍ତୁ ଏହା ସହଜ ନଥିଲା। ନିଆଁରେ ପ୍ରାୟ ୩୩ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ସେମାନଙ୍କ ଧାନ, ଚାଉଳ, ମୁଗ-ବିରି ଜଳି ପାଉଁଶ ହୋଇଯାଇଛି। ଖାଇବା ପାଇଁ ପାଖରେ କିଛି ନାହିଁ। କେମିତି ଦିନ କାଟିବୁ ସେ ନେଇ ପ୍ରଶ୍ନ ଉଠୁଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe