ଶୀତଳଭଣ୍ଡାରରେ ଅଗ୍ନିକାଣ୍ଡ, ଅଗ୍ନିଶମବାହିନୀ ନିଆଁକୁ କଲେ ଆୟତ୍ତ

ଶୀତଳଭଣ୍ଡାରରେ ଅଗ୍ନିକାଣ୍ଡ, ଅଗ୍ନିଶମବାହିନୀ ନିଆଁକୁ କଲେ ଆୟତ୍ତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡରେ ରହିଥିବା ଅଚଳ ଅବସ୍ଥାରେ ଥିବା ବହୁ ପୁରାତନ ଶୀତଳଭଣ୍ଡାରରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଛି। ମାତ୍ର କ୍ଷୟକ୍ଷତି ନେଇ ଆକଳନ କରାଯାଇ ନାହିଁ।

ଶୀତଳଭଣ୍ଡାରରେ କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେଇଥିବା ସନ୍ଦେହ କରାଯାଉଛି ପ୍ରତକ୍ଷ୍ୟଦର୍ଶୀଙ୍କ ଆଲୋଚନା ପ୍ରକାରେ କେହି ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ଏଠାରେ କବାଟରେ ନିଆଁ ଲଗେଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଭିତରେ ବଡ଼ବଡ଼ ମୋଟର ଗୁଡ଼ିକ ରହିଥିବା ବେଳେ ଏହାକୁ ନେବା ପାଇଁ ବୋଧହୁଏ ଯୋଜନା କରି କବାଟ ମଧ୍ୟରେ ନିଆ ଲଗାଇଛନ୍ତି ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଏହି ଶୀତଳଭଣ୍ଡାର ବହୁ ବର୍ଷ ହେବ ବନ୍ଦ ପଡ଼ିଛି। ଯଦ୍ୟପି ଏହି ଶୀତଳଭଣ୍ଡାରରେ କିଛି ସାମଗ୍ରୀ ନାହି, ତଥାପି କିଛି ବଡ଼ ‌ମୋଟର ଗୁଡ଼ିକ ରହିଛି, ଯାହାକୁ ଲକ୍ଷ କରି ଏପରି କରାଯାଇଥିବା ସନ୍ଦେହ ହେଉଛି। ତେବେ କିଏ ଓ କାହିକି ଏହି କବାଟରେ ନିଆଁ ଲଗେଇଲା ବୋଲି ଆଲୋଚନା ହେଉଛି। ଏହି କବାଟ ମଧ୍ୟ ବହୁତ୍ ବଡ଼ କାଠ କବାଟ ରହିଥିଲା, ଯାହା ଫଳରେ ଜଳି ଜଳି ବହୁତ୍ ଧୂଆଁ ମୟ ହୋଇଥିଲା। ଘୁମୁସର ଉଦୟଗିରି ଅଗ୍ନିଶମବାହିନୀ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe