ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ୭ ପରିବାରର ୨୦ ବଖରା ଭସ୍ମ

Advertisment
ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ୭ ପରିବାରର ୨୦ ବଖରା ଭସ୍ମ

ଚାନ୍ଦବାଲି: ଅଗ୍ନକାଣ୍ଡ ଠାରୁ ବିପତ୍ତି ନାହିଁ। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ମଙ୍ଗଳବାର ୭ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛି। ଚାନ୍ଦବାଲି ବ୍ଳକ ଜୋନାସାହି ଗାଁର ଚିନ୍ତାଜେନାଙ୍କ ଘରୁ ପ୍ରଥମେ ନିଆଁ ବାହାରିଥିଲା। ପରେ ପରେ ପ୍ରମିଳା ଜେନା, ପଚା ଜେନା, ଏପରିକି ପାଖକୁପାଖ ଘରକୁ ନିଆଁ ବ୍ୟାପିଥିଲା। ହଠାତ ନିଆଁ ଲାଗିଯାଇଥିବାରୁ ଖଂଜା ଘରୁ କୋଣସି ଜିନିଷପତ୍ର ଆସବାବପତ୍ର ବାହାର କରିବା ସମ୍ଭବ ହୋଇପାରି ନ ଥିଲା। ବିପନ୍ନ ପରିବାର ଅଗ୍ନିଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ପିଲାଛୁଆଙ୍କୁ ଧରି ଘରୁ ପଦାକୁ ବାହାରି ଆସିଥିଲେ।

ଭୟଙ୍କର ଅଗ୍ନିକାଣ୍ଡରୁ କୌଣସି ଜିନିଷପତ୍ର ବାହାର କରିପାରିନାହିଁ। ସାରା ଗାଁର ଲୋକେ ନିଆଁ ଲାଭାଇବାକୁ ଚେଷ୍ଠା କରିଥିବା ବେଳେ ଭୟଙ୍କର ନିଆଁ ନିକଟରେ ସବୁକିଛି ତୁଛ ପାଲଟି ଯାଉଥିଲା। ଖବର ପାଇ ଗଦି ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିବା ବେଳକୁ ନିଆଁ ଚାରିଆଡ଼େ ବ୍ୟାପୀ ଯାଇଥିବା ପରିସ୍ଥିତି ଅଣାୟତ ହେବାରୁ ଚାନ୍ଦବାଲି ଦମକଳ ବାହିନୀକୁ ଖବର ଦିଆଯାଇଥିଲା।

ନଡ଼ାଛପର ଘର ଯୋଗୁଁ ନିଆଁ ଲାଭାଇବା ସମ୍ଭବ ହୋଇପାରି ନ ଥିବା ବେଳେ ଦମକଳ ଗାଡ଼ି ପହଁଚିଲା ବେଳକୁ ସବୁକିଛି ପୋଡ଼ି ଯାଇଥିଲା। ଘରେ ସାଇତି ରଖିଥିବା ଧାନ ଚାଉଳ, ଟଙ୍କାପଇସା, ସୁନାରୁପା, ଟିଭିଫ୍ରିଜ, ବାଇକ, ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ଲେଖାହେଲା ବେଳକୁ ଦୁଇଗୋଟି ଅଗ୍ନିବିଭାଗ ଗାଡ଼ି ନିଆଁ ଲିଭାରେ ନିୟୋଜିତ ହୋଇଥିବା ବେଳେ ନିଆଁ ଲିଭିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe