ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

Advertisment
ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ହରିପୁର ପଞ୍ଚାୟତ ଅଧୀନ ବାଲିଆ ଗ୍ରାମରେ ଆଜି ମଧ୍ୟାହ୍ନରେ କୌଣସି କାରଣରୁ ଅଚାନକ ଅଗ୍ନିକାଣ୍ଡ ଘଟି ମୋଟ ୬ ବଖରା ଜଳି ଭସ୍ମୀଭୂତ ହୋଇଯାଇଛି। ଏଥିରେ ଗ୍ରାମର ୩ଟି ପରିବାରର ମୋଟ ୬ ବଖରା ଚାଳଘର ସମେତ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଦିଲିପ ଦଳେଇ, ପ୍ରତାପ ଦଳେଇ, ଟିକିନା ଦଳେଇଙ୍କର ମୋଟ ୧୨ରୁ ଊର୍ଦ୍ଧ୍ବ ସଦସ୍ୟ ଏବେ ବାସହରା ହୋଇଯାଇଛନ୍ତି। ନିଆଁ ପବନରେ ଦ୍ରୁତ ବେଗରେ ଖେଳି ଯିବାରୁ ଅଗ୍ନି ବିପନ୍ନଙ୍କ କୌଣସି ଜିନିଷ ଉଦ୍ଧାର ହୋଇପାରିନଥିଲା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାଯାଇଛି। ଗଙ୍ଗାଧରପୁର ଦମକଳବାହିନୀ ଆସି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ରାଜସ୍ବ ନୀରିକ୍ଷକକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଯାଇଛନ୍ତି। ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ଆବାସ ସମେତ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe