ଭଞ୍ଜନଗର ସୋରାଦେବୀ ଜଙ୍ଗଲରେ ନିଆଁ 

Advertisment
ଭଞ୍ଜନଗର ସୋରାଦେବୀ ଜଙ୍ଗଲରେ ନିଆଁ 

ଭଞ୍ଜନଗର:ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ରେଞ୍ଜରେ ଥିବା ସୋରାଦେବୀ ଜଙ୍ଗଲରେ ଆଜି ଅପରାହ୍ନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁ କିଭଳି ଲାଗିଲା ତାର ପ୍ରକୃତ କାରଣ ଜଣାପଡିନଥିବା ବେବଳେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି। ଆଜି ସଂନ୍ଧ୍ୟା ସମୟରେ ପ୍ରବଳ ମାତ୍ରାରେ ସୋାରାଦେବୀ ନିକଟ ପାହଡରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।

publive-image

ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଏଭଳି ନିଆଁ ଲାଗିଥିବାରୁ ଖରାଦିନରେ ନିଆଁ ଦାଉରୁ ରକ୍ଷା କରିବା ବନ ବିଭାଗ ପାଇଁ କଷ୍ଟକର ହୋଇପଡିବ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ବର୍ତ୍ତମାନ ବସନ୍ତ ଋତୁ ଯୋଗୁ ପତ୍ର ଝଡା ଦେଇଛି। ଜଙ୍ଗଲକୁ ଯାଇଥିବା କିଛି ଲୋକଙ୍କ ବିଡି ନିଆଁ କିମ୍ବା ଅନ୍ୟ କୌଣସି କାରଣରୁ ଏଭଳି ଜଙ୍ଗଲରେ ନିଆଁ ଲାଗିଥାଇପାରେ ବୋଲି ବନ ବିଭାଗ ଅନୁମାନ କରୁଛି। ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନପାଳ ବଂଶୀଧର ବିଷୋୟୀଙ୍କ ନେତୃତ୍ବରେ ବନରଖୀ ସୁଶାନ୍ତ କୁମାର ମିଶ୍ର,ଦୀନବନ୍ଧୁ ମିଶ୍ର ଏବଂ ବନ ବିଭାଗର ସ୍କ୍ବାର୍ଡ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଜାରି ରଖିଛନ୍ତି। ପ୍ରାୟ ୨ ହେକ୍ଟର ଅଞ୍ଚଳରେ ନିଆଁ ବ୍ୟାପୀ ଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ବନପାଳ ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe