କରଡ଼ାପାଲ ଗ୍ରାମରେ ଅଗ୍ନିକାଣ୍ଡ: ଦୁଇ ବଖରା ଘର ଭସ୍ମୀଭୂତ

କରଡ଼ାପାଲ ଗ୍ରାମରେ ଅଗ୍ନିକାଣ୍ଡ: ଦୁଇ ବଖରା ଘର ଭସ୍ମୀଭୂତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କରଡ଼ାପାଲ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ପୋଡି ଯାଇ ନଷ୍ଟ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଉକ୍ତ ଗ୍ରାମର ଚତୁର୍ଭୁଜ ସାମଲଙ୍କ ଘରେ ଗୁରୁବାର ଅପରାହ୍ନ ପ୍ରାୟ ପାଞ୍ଚଟାରେ ସମୟରେ ଆକସ୍ମିକ ଭାବରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତୁରନ୍ତ ବୀରାମହରାଜପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୁଇ ବଖରା ଘର ଯଲିଯିବା ସହ ଘରେ ଥିବା କିଛି ଆସବାବ ପାତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe