ଘରେ ଲାଗିଲା ନିଆଁ, ପୋଡି ପାଉଁଶ ହୋଇଗଲା ବର୍ଷ ତମାମର ଖାଦ୍ୟ

ଘରେ ଲାଗିଲା ନିଆଁ, ପୋଡି ପାଉଁଶ ହୋଇଗଲା ବର୍ଷ ତମାମର ଖାଦ୍ୟ

ମୟୂରଭଞ୍ଜ/ବିଶୋଇ: କେତେ ଦୁଃଖ କଷ୍ଟ ସହି ଅମଳ କରିଥିବା ନିଜର ବର୍ଷ ତମାମର ସଞ୍ଚିତ ଖାଦ୍ୟ ଦେଖୁ ଦେଖୁ କେଇ ମୁହୂର୍ତ୍ତରେ ପୋଡି ପାଉଁଶ ହୋଇଯାଇଛି। ଏହିପରି ଏକ ଅଭାବନୀୟ ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡ଼ମବେଡା ପଞ୍ଚାୟତର ବାଢୁଣିଆ ଗ୍ରାମର ତାଲେସାହିରେ ଦେଖିବାକୁ ମିଳିଛି।ଏହି ସାହିର ବାସନ୍ତୀ ପିଙ୍ଗୁଆ(୪୮)ଙ୍କ ୨ ବଖରା ଘର ମଧ୍ୟରୁ ଏକ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ ଘଟଣାରୁ ବାସନ୍ତୀ ଅଳ୍ପକେ ବର୍ତିଯାଇଛନ୍ତି ।

ସୂଚନାଥାଉକି, ବାସନ୍ତୀ ନିଜର ୨ ବଖରା ଘରର ଗୋଟିଏ କଠୋରିରେ ଶୋଇଥିବା ବେଳେ ଅନ୍ୟ ଏକ କଠୋରିରେ ସର୍ଟ ସର୍କିଟ ଘଟି ନିଆଁ ଲାଗି ଯାଇଥିଲା।ନିଆଁ ଲାଗିବାର ଜାଣି ବାସନ୍ତୀ ଘରୁ ଦୌଡ଼ି ପଳାଇ ଆସି ଅଳ୍ପକେ ରକ୍ଷା ପାଇଯାଇଥିଲେ।ପରେ ସ୍ଥାନୀୟ ସାହି ବାସିନ୍ଦା ପ୍ରଥମେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିବା ସହିତ ବିଶୋଇ ଦମକଳ ବାହିନୀକୁ ଖବର ଦେଇଥିଲେ।ଖବରପାଇ ଦମକଳ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳକୁ ପହଁଚି ନିଆଁକୁ ଲିଭାଇଥିଲେ।ମାତ୍ର ସେତେବେଳକୁ ଉକ୍ତ ଘର ମଧ୍ୟରେ ଥିବା ବର୍ଷ ତମାମର ଧାନ, ସାଇକେଲ, ଲୁଗାପଟା, ପଲିଥିନ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା।

publive-image

ବାସନ୍ତୀଙ୍କ ସ୍ୱାମୀ କୁଶାଲ ଓ ୨ ପୁଅ ଦି ପଇସା ରୋଜଗାର ପାଇଁ ଭୁବନେଶ୍ୱରକୁ କାମ କରିବା ପାଇଁ ଯାଇଥିବା ବେଳେ ନିଜର ବର୍ଷ ତମାମର ଖାଦ୍ୟ ପାଇଁ ଏହି ଚାଷ ଉପରେ ନିର୍ଭର କରିଥାନ୍ତି।ତେବେ,ଆଜିର ଅଗ୍ନିକାଣ୍ଡରେ ନିଜର ସଞ୍ଚିତ ସମସ୍ତ ଖାଦ୍ୟ ନଷ୍ଟ ହୋଇଯାଇଥିବାରୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ ପାଇଁ ବାସନ୍ତୀଙ୍କ ପରିବାର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଏହି ବିଷୟରେ ଖବରପାଇ ରାମଦଳି ଯୁବକ ସଙ୍ଘ ପକ୍ଷରୁ ଅସହାୟ ପରିବାରକୁ ସହାୟତାର ହାତ ବଢାଯାଇଛି।ଯୁବକ ସଂଘର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଭୁବେନ୍ଦ୍ର ମୁଣ୍ଡା, କାରିୟା ମୁର୍ମୁ, ବୁଧୁରାମ ମୁଣ୍ଡା,ଛୋଟରାୟ ମୁର୍ମୁ, ସୁକମଣି ହେମ୍ବ୍ରମ ପ୍ରମୁଖ ବସନ୍ତୀଙ୍କୁ ଶୁଖିଲା  ଖାଦ୍ୟ ଓ ପଲିଥିନ ପ୍ରଦାନ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe