ଧାନ ଖଳାରେ ନିଆଁ ଲାଗି ଧାନ ଗଦା ପୋଡି ପାଉଁଶ

Advertisment
ଧାନ ଖଳାରେ ନିଆଁ ଲାଗି ଧାନ ଗଦା ପୋଡି ପାଉଁଶ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌରୀନାୟକପୁଟ ଗ୍ରାମରେ ଆଜି ଧାନ ଫସଲ ଅମଳ ପାଇଁ ଖଳାରେ ରଖାଯାଇଥିବା ବେଳେ ହଟାତ ନିଆଁ ଲାଗି ପୋଡି ଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ନନ୍ଦପୁର ବ୍ଲକ ହିକିମପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌରୀନାୟକପୁଟ ଗ୍ରାମରେ ଧାନ ଫସଲ ଅମଳ ପାଇଁ କ୍ଷେତରୁ ଧାନ ଅଣାଯାଇ ଖଳାରେ  ମହଜୁଦ ରଖାଯାଇଥିଲା।ଗୌରୀନାୟକପୁଟ ଗ୍ରାମର ନରସିଂହ କୁରତାଲି, ଦସମନ୍ତ ଶୀଶା, ଭାଗିରଥି ଶୀଶା, ଦୁଲ୍ଲଭ ଖେମୁଣ୍ଡୁ, ଧନପତି ପାଙ୍ଗି, ମଦନ ଖେମୁଣ୍ଡୁ, ନରସିଂହ ଖିଲ ପ୍ରମୁଖ ସାତ ଜଣ ଚାଷୀଙ୍କ  ପ୍ରାୟ ୧୦ଟି ଧାନ ଗଦା କରି ରଖାଯାଇଥିଲା।

publive-image

ଆଜି ଅପରାହ୍ନରେ ହଠାତ୍‌ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ନନ୍ଦପୁର ଅଗ୍ନିଶମ ବାହିନୀକୁ ଫୋନ କରାଯାଇଥିଲା। ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଧାନ ଗଦା ପୋଡି ପାଉଁଶ ହୋଇ ଯାଇଥିଲା। ପ୍ରତ୍ୟକ ଚାଷୀଙ୍କ ପ୍ରାୟ ୫୦ ରୁ ୬୦ ବସ୍ତା ଧାନ ଅମଳ ହୋଇଥାନ୍ତା ବୋଲି ସମ୍ପୃକ୍ତ ଚାଷୀମାନେ ପ୍ରକାଶ କରିଛନ୍ତି। ଖବର ପାଇ ସରପଞ୍ଚ ଦିଲୀପ ଭୋଇ ପୋଡି ଯାଇଥିବା ଧାନ ଖଳା ନିକଟରେ ପହଞ୍ଚିବା ସହ ଧାନ ପୋଡି ଯାଇଥିବା ନେଇ ନନ୍ଦପୁର ତହସିଲଦାର ନରସିଂହ ଗାଦବା ଏବଂ ରାଜସ୍ବ ନିରୀକ୍ଷକ ସୋମନାଥ ମୁଦୁଲିଙ୍କୁ ଫୋନ ଯୋଗେ ଜଣାଇଥିବା ବେଳେ ସରକାରୀ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ବର୍ଷକର ଧାନ ପୋଡି ପାଉଁଶ ହୋଇ ଯାଇଥିବାରୁ ଚିନ୍ତାରେ ଚାଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe