ହାଟଡିହି: ରବିବାର ସନ୍ଧ୍ୟା ୭ଟାବେଳେ ହାଟଡିହି ବ୍ଲକ୍ ଛେନାପଦି ଛକରେ ଅଗ୍ନିକାଣ୍ଡ ଘଟିଛି। ଦେବେନ୍ଦ୍ର ଜେନାଙ୍କ ଉପର ମହଲାରେ ଭଡ଼ା ରହୁଥିବା ଫାର୍ମାସିଷ୍ଟ ମୃତ୍ୟୁଞ୍ଜୟ ସାମଲଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ଘରେ ଥିବା ଫ୍ରିଜ୍, ଟିଭି ସମେତ ବିଭିନ୍ନ ବିଦ୍ୟୁତ୍ ଉପକରଣ ଜଳିଯାଇଛି। ମୃତ୍ୟୁଞ୍ଜୟଙ୍କ ପରିବାର ଲୋକେ ଘରେ ନଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଘରୁ ଧୂଆଁ ବାହାରୁଥିବା ଦେଖି ଲୋକେ ହାଟଡିହି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଛେନାପଦି ଛକରେ ଅଗ୍ନିକାଣ୍ଡ
Advertisment
Follow Us