ଗୋଦାମ ଘରେ ନିଆଁ ଲାଗି ତିନି ବଖରା ଘର ଭସ୍ମୀଭୂତ

ଗୋଦାମ ଘରେ ନିଆଁ ଲାଗି ତିନି ବଖରା ଘର ଭସ୍ମୀଭୂତ

ବୋର୍ଡ଼ା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ବୋର୍ଡ଼ାରେ ଥିବା ଜୈନ ଟ୍ରେଡର୍ସ ମାଲିକ ମନୋଜ ଜୈନଙ୍କ ଘରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗି ତିନି ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ମନୋଜ ଜୈନଙ୍କ ଉପର ମହଲାରେ ଥିବା ଗୋଦାମ ଘରେ ଶୁକ୍ରବାର ଦିନ ୨ଟାରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିଲା।

ଏହା ଦେଖି ଲୋକେ ଘର ମାଲିକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଉଲ୍ଲେଖ ଥାଉ କି ଭବାନୀପାଟଣା ଓ ଖରିଆର ମୁଖ୍ୟ ରାସ୍ତାରେ ବୋର୍ଡ଼ା ଅବସ୍ଥିତ। ଭବାନୀପାଟଣା ଏଠାରୁ ୪୫ କିମି ଓ ଖରିଆର ୩୫ କିମି ଅଟେ। ବୋର୍ଡା ଅଞ୍ଚଳରେ କୌଣସି ଦୁର୍ଘଟଣା ଘଟିଲେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବାରେ ବିଳମ୍ବ ହୋଇଥାଏ। ତେଣୁ ବୋର୍ଡ଼ାରେ ଏକ ଦମକଳ କେନ୍ଦ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe