ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Advertisment
କେନ୍ଦୁଝର : ଦୁଡୁଗାଁରେ ଭୟାବହ ଅଗ୍ନିକାଣ୍ତ, ୧୨ ବଖରା ଜଳିଗଲା, ବୃଦ୍ଧା ଆହତ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ରଞ୍ଜଣା ଗ୍ରାମର ଭଗବାନ ବଗାରଙ୍କ ଘରେ ଆଜି ସକାଳେ ବିଦ୍ୟୁତ୍‌ ସଟ୍‌ ସର୍କିଟ ଯୋଗୁଁ ଅଗ୍ନିକାଣ୍ତ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ପରିବାର ଲୋକ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।

publive-image

ଘର ଭିତରୁ ଧୂଆଁ ବାହାରୁଥିବା ଦେଖି କିଛି ସ୍ଥାନୀୟ ଘର ଲୋକଙ୍କୁ ଖବର ଦେବା ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବାହିନୀକୁ ଫୋନ୍‌କୁ ‌କରିଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଘରେ ଥିବା ଏଲ୍‌ଇଡି ଟିଭି, ଆଲଣା, ୨ଟି ମୋବାଇଲ, ନଗଦ ୧୬ ହଜାର ଟଙ୍କା, ସୁନା କାନ ଫୁଲ ଏବଂ ଦରକାରୀ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ଆଶ୍ବାସନା ଦେବା ସହିତ ସହାୟତା ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe