ଆଜମେର-ପୁରୀ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ନିଆଁ; ଯାତ୍ରୀ ଭୟଭୀତ

Advertisment
ଆଜମେର-ପୁରୀ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ନିଆଁ; ଯାତ୍ରୀ ଭୟଭୀତ

ଅନୁଗୁଳ: ଅନୁଗୁଳ ହଣ୍ଡପା ଷ୍ଟେସନ ନିକଟରେ ଆଜମେର-ପୁରୀ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ହଠାତ ଗୁରୁବାର ଅପରାହ୍ନରେ ନିଆଁ ଲାଗିଥିଲା। ଏହି ନିଆଁ ଲାଗିବା ଖବର ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଦିଆଯାଇଥିଲା। ଖବର ପାଇ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲେ।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ହଣ୍ଡପା ଷ୍ଟେସନ୍‌ ନିକଟରେ ଛିଡା ହୋଇଥିବା ଆଜମେର-ପୁରୀ ଏକ୍ସପ୍ରେସ୍‌ରେ ଧୁଆଁ ବାହାରିବା ପରେ ହଠାତ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ ଇଞ୍ଜିନ୍‌ରେ ନିଆଁ ଲାଗିବା ଖବର ପାଇବା ପରେ ଏହି ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା।

ତେବେ ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଯାତ୍ରୀଙ୍କୁ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଥିଲେ। ତେବେ ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଟ୍ରେନ୍‌ ଇଞ୍ଜିନ୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe