ବାଲେଶ୍ୱରରେ ୧୫ଦିନ ହେବ ଜଳୁଛି କୁଳଡିହା ଜଙ୍ଗଲ, ସ୍ଥାନୀୟ ବସିନ୍ଦାଙ୍କ ଶୁଭୁଛି ତ୍ରାହି ତ୍ରାହି ଡାକ

ବାଲେଶ୍ୱରରେ ୧୫ଦିନ ହେବ ଜଳୁଛି କୁଳଡିହା ଜଙ୍ଗଲ, ସ୍ଥାନୀୟ ବସିନ୍ଦାଙ୍କ ଶୁଭୁଛି ତ୍ରାହି ତ୍ରାହି ଡାକ

ବାଲେଶ୍ୱର: ବାଲେଶ୍ୱର ନୀଳଗିରିରେ କୁଳଡିହା ଅଭୟାରଣ୍ୟ ଜଳୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କେକୁଆ ଭୟ ଦେଖା ଦେଇଛି। ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀ ଗ୍ରାମଦେବୀଙ୍କ ଶରଣ ପଶିଥିବା ଖବର ମିଳିଛି। କୁଳଡିହା ଜଙ୍ଗଲ ଜଳୁଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ତ୍ରାହି ତ୍ରାହି ଡାକ ଶୁଣିବାକୁ ମିଳୁଛି।

ସୂଚନାଯୋଗ୍ୟ, ବନବିଭାଗ କର୍ମଚାରୀ ଓ ନୀଳଗିରି ବାସିନ୍ଦା ଜଙ୍ଗଲରୁ ନିଆଁ ଲିଭିବା ପାଇଁ ଗ୍ରାମଦେବୀଙ୍କ ପୂଜା କରୁଛନ୍ତି । ଏହି ପୂଜାର ଉଦ୍ଦେଶ୍ୟ କେବଳ କୁଳଡିହା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା । ପାରମ୍ପରିକ ରୀତି ନୀତି ସହ ଗ୍ରାମଦେବୀ ମା’ ପାଟଖଣ୍ଡେଇଙ୍କ ପୂଜା ଜାରି ରହିଥିବା ବେଳେ ଦିନକୁ ଦିନ ଅଧିକ ଜଳିବାରେ ଲାଗିଛି କୁଳଡିହା ଜଙ୍ଗଲ । ଗୋଟିଏ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ଦିନ ଧରି ଜଙ୍ଗଲରେ ନିଆଁ ଅଧିକରୁ ଅଧିକ ମାଡି ଯାଉଛି। ଏହି ଅଗ୍ନିକାଣ୍ଡ କାରଣରୁ ଜଙ୍ଗଲୀ ଜନ୍ତୁ ଓ ପଶୁପକ୍ଷୀ ବାସହରା ହୋଇପଡ଼ିଛନ୍ତି। ପଶୁମାନେ ଏଣେତେଣ ବିକଳରେ ରାବ ଛାଡ଼ି ଦୌଡୁଥିବ ବେଳେ ପକ୍ଷୀମାନେ ଆକଶରେ ଘୁରି ବୁଲୁଛନ୍ତି। ଏଥିସହିତ ବହୁ ମୂଲ୍ୟବାନ ଗଛ ପୋଡ଼ିଯାଇଛି।

ତେବେ ଏ ପୂଜା ପଛରେ ରହିଛି ଅନେକ ବର୍ଷର ଇତିହାସ । ନୀଳଗିରି ତତ୍କାଳୀନ ରାଜା ସ୍ୱର୍ଗତ କିଶୋର ଚନ୍ଦ୍ର ମଙ୍ଗରାଜ୍‌ କୁଳଡିହା ଜଙ୍ଗଲକୁ ଅଗ୍ନିକାଣ୍ଡ, ଶିକାରୀ ଓ ମାଫିଆଙ୍କ କବଳରୁ ରକ୍ଷା କରିବାକୁ ପ୍ରଥମେ ମା’ ପାଟଖଣ୍ଡେଇଙ୍କ ପୁଜାର୍ଚ୍ଚନା ଆରମ୍ଭ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe