ବାରିପଦା: ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଗ୍ୟାରେଜ୍ ସାହିରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଆୟୋଜିତ ଜିରୋ ଆଓ୍ଵାର କାର୍ଯ୍ୟକ୍ରମ ପରେ ପରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଇଲେକ୍ଟି୍ରକାଲ ଦୋକାନ, ଗ୍ରସରି ଦୋକାନ, ଷ୍ଟେସନାରୀ ଦୋକାନ ଆଦି ୫ଟି ଦୋକାନ ପୋଡ଼ି ଯାଇଥିିବା ବେଳେ ଗୋଟିଏ ଭ୍ୟାନ, ୩ଟି ବୋଲେରୋ, ୪ଟି ଟ୍ରାକ୍ଟର, ଗୋଟିଏ ଇଣ୍ଡିକା ଓ ୩ଟି ବାଇକ ପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।
ଜିିରୋ ଆଓ୍ଵାର ସେଲିବ୍ରେସନ ପରେ ଅଗ୍ନିକାଣ୍ଡ. ୧୨ଟି ଗାଡ଼ି ଜଳିଗଲା
Advertisment
Follow Us