ନାଲକୋ ନଗର : ବଆଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ କୋଲୋନୀ ପରିସରରେ ଥିବା ପ୍ରଫୁଲ ମଲ୍ଲିକଙ୍କ କ୍ୱାର୍ଟର ବି-୧୧୮୧ ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ରାତି ପ୍ରାୟ ୨ଘଟିକା ସମୟରେ ସଭିଏଁ ଶୋଇଥିବା ବେଳେ ଘର ସମୁଖରେ ଥିବା ଟିଣ ଘରେ ଏକ ବ୍ୟାଟେରୀ ଚଳିତ ଗାଡିକୁ ଚାର୍ଜରେ ବସାଇ ଶୋଇ ଯାଇଥିଲେ। ହଠାତ ଘରେ ଲାଗିଥିବା କଲିଂ ବେଲ ସଟ ହୋଇ ଅନବରତ ବାଯିବାକୁ ଲାଗିଥିଲା।
ନିଦରୁ ଉଠି ଦେଖିବାକୁ ପାଇଲେ ଘର ଭିତର ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଛି। ଅଣନିଶ୍ୱାସୀ ହୋଇ ପଛ ପାଖ କବାଟ ଦେଇ ବାହାରକୁ ବାହାରି ଆସି ପାଖ ପଡ଼ିଶା ଓ ସୁରକ୍ଷାକର୍ମୀଙ୍କୁ ଅବଗତ କରାଇଥିଲେ। ଅଗ୍ନି ଏତେ ମାତ୍ରାରେ ବ୍ୟାପୀ ଯାଇଥିଲା ଯେ ଯାହା ଆୟତ୍ତ କରିବା ସହଜ ନଥିଲା।
ଖବର ପାଇ ନାଲକୋ ଦମକଳ ବିଭାଗ ଆସି ଅଗ୍ନିକୁ ଆୟତ୍ତ କରିଥିଲେ। ଘର ଭିତରେ ଥିବା ୧ଲକ୍ଷ ଟଙ୍କାର ପିତଳ ସାମଗ୍ରୀ,୨ଟି ସ୍କୁଟି ,ଗୋଟିଏ ବାଇକ ଓ ନିତ୍ୟ ବ୍ୟବହାର ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ମଲ୍ଲିକଙ୍କ କହିବା ଅନୁଯାୟୀ ପାଖାପାଖି ୬ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଯାଇଛି।
Follow Us