ଭଞ୍ଜନଗର: ବାଇକ୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡ

Advertisment
ଭଞ୍ଜନଗର: ବାଇକ୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡ

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ବାଉଁଶଲୁଣ୍ଡିସ୍ଥିତ ଓମକାର୍ ହୋଣ୍ଡା ବାଇକ୍ ସୋ’ରୁମ୍ ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ନୂତନ ବାଇକ୍ ଜଳିପୋଡି ପାଉଁଶ ହେବ ସହ କିଛି ବାଇକ୍ ଉପକରଣ ରେ ମଧ୍ୟ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଆଜି ସନ୍ଧ୍ୟା ସମୟରେ ଶୋ’ରୁମ୍ ବନ୍ଦ ଥିବା ବେଳେ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଶୋରୁମ୍ ମାଲିକ ମନୋଜ ନାୟକଙ୍କୁ ଖବର ଦେଇଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦିଆଯାଇଥିଲା।

publive-image

ହୋଣ୍ଡା ଶୋରୁମ୍ ର ଜଣେ କର୍ମଚାରୀ ଆସି ଖୋଲିବା ପରେ ଭିତରେ ଥିବା ଗୋଟିଏ ନୂତନ ବାଇକରେ ନିଆଁ ଲାଗିବା ସହ ଧୂଆଁ ମୟ ହୋଇଥିଲା। ଆଜି ରବିବାର ଥିବାରୁ ଶୋରୁମ୍ ବନ୍ଦ ରହିଥିବା ବେଳେ ସନ୍ଧ୍ୟାରେ ଧୂପ ଦେବାପାଇଁ କିଛି ସମୟ ଖୋଲା ଯାଇଥିଲା। ସନ୍ଧ୍ୟା ୭ ଟାରେ କର୍ମଚାରୀ ମାନେ ଶୋରୁମ୍ ବନ୍ଦ କରି ଯାଇଥିଲେ। ଦିପ ନିଆଁକିମ୍ବା ସର୍ଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe