ରାୟଗଡ଼ା ସିଡିଏମଓ ଅଫିସରେ ଅଗ୍ନିକାଣ୍ଡ, ପୋଡ଼ିଗଲା ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ ପତ୍ର

Advertisment
ରାୟଗଡ଼ା ସିଡିଏମଓ ଅଫିସରେ ଅଗ୍ନିକାଣ୍ଡ, ପୋଡ଼ିଗଲା ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ ପତ୍ର

Sambad

ରାୟଗଡ଼ା: ଶୁକ୍ରବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ୍ ଯୋଗୁ ହୋଇଥିବା ଅଗ୍ନିକାଣ୍ଡରେ ଅଫିସର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଛି। ଖବର ପାଇ ରାୟଗଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରାତି ସାଢ଼େ ୧୨ଟାରେ ରାୟଗଡ଼ା ଥାନା ପୁଲିସ ବାରିଝୋଲା ଅଞ୍ଚଳରେ ରାତ୍ରିକାଳୀନ ପେଟ୍ରୋଲିଂ କରିଥିଲେ। ଏହି ସମୟରେ ସିଡିଏମଓ ଅଫିସ ଭିତରୁ ଧୂଆଁ ବାହାରୁଥିବା ଦେଖି ନିକଟକୁ ଯାଇଥିଲେ। ଭିତରେ ନିଆଁ ଜଳୁଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ପୁଲିସ ଅଧିକାରୀ ରାୟଗଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

publive-image Sambad

ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ସିଡିଏମଓ ଅଫିସ ଭିତରେ ଶୋଇଥିବା କର୍ମଚାରୀଙ୍କୁ ଡାକିଥିଲେ। କର୍ମଚାରୀ ଫାଟକ ଖୋଲିବା ପରେ ଅଗ୍ନିଶମ ବାହିନୀ ଭିତରକୁ ପଶିଥିଲେ। କାର୍ଯ୍ୟାଳୟର ସିଡି ରୁମ ତଳେ ଥିବା ଆସବାବପତ୍ରରେ ନିଆଁ ଲାଗିଥିବା ଦେଖି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe