Staff survived Photograph: (sambad.in)
ଅନୁଗୁଳ: ଓଡିଶାର ଅନୁଗୁଳରେ ଏକ ପୋଷାକ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏହାଯୋଗୁ ଲକ୍ଷ ଲକ୍ଷ ଟଙ୍କାର ପୋଷାକ ଜଳିପାଉଁଶ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର ଅଧିକାରୀମାନଙ୍କୁ କହୁ ପରିଶ୍ରମ କରିବାକୁ ପଡ଼ିଥିଲା।
ଖବର ଅନୁଯାୟୀ, ଅନୁଗୁଳ ସହରର ବଜାର ଛକରେ ଅବସ୍ଥିତ ପୋଷାକ ଡ୍ରେସ ଷ୍ଟୋରରେ ସୋମବାର ପୂର୍ବାହ୍ନ ସାଖେ ୧୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।
ଯେତେବେଳେ ଅଗ୍ନିକାଣ୍ଡ ଘଟିଥିଲା ସେତେବେଳେ ଦୋକାନର କର୍ମଚାରୀମାନେ ଦୋକାନରେ ଥିଲେ। ସେମାନେ ନିଜ ଜୀବନ ରକ୍ଷା କରିବାକୁ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ।
ଅଧିକ ପଢ଼ନ୍ତୁ: ଠକ ଦମ୍ପତି ଗିରଫ: ମୋ ବାପା ପିଏମଙ୍କ ମୁଖ୍ୟ ପରାମର୍ଶଦାତା କହି ଠକୁଥିବା ଅଭିଯୋଗ
ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
ଏକ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ସନ୍ଧ୍ୟାରେ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ବସିବ
Follow Us