କଣ୍ଟାବାଞ୍ଜି: କପା ଗୋଦାମରେ ଅଗ୍ନିକାଣ୍ଡ, ପୋଡ଼ିଗଲା ୪୦ କୁଇଣ୍ଟାଲ ତୁଳା

Advertisment
କଣ୍ଟାବାଞ୍ଜି: କପା ଗୋଦାମରେ ଅଗ୍ନିକାଣ୍ଡ, ପୋଡ଼ିଗଲା ୪୦ କୁଇଣ୍ଟାଲ ତୁଳା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି କୁର୍ଲିସ୍ଥିତ ଅନୀଲ ବଂଶଲଙ୍କ କପା ଗୋଦାମରେ ଆଜି ସକାଳେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷଲକ୍ଷ ଟଙ୍କାର ତୁଳା ପୋଡ଼ି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୋଦାମରେ ଥିବା ପାଣି ପମ୍ପରୁ ବିଦ୍ୟୁତ ସର୍ଟ ସର୍କିଟ ଘଟି ପ୍ରଥମେ ଏକ ତୁଳା ଥିବା ଅଖାରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଏହି ନିଆଁ ସମଗ୍ର ଗୋଦାମକୁ ମାଡ଼ି ଯାଇଥିଲା। ଖବର ପାଇ କଣ୍ଟାବାଞ୍ଜିରୁ ଦମକଳ ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ଭୟାବହତା ବଢ଼ି ଯାଇଥିବାରୁ ଶେଷରେ ମୁରିବାହାଲ ଓ ବଙ୍ଗୋମୁଣ୍ଡାରୁ ଦମକଳ ଆସି କଣ୍ଟାବାଞ୍ଜି ଦମକଳ ସହିତ ମିଶି ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିଥଲେ। ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ କୁଇଣ୍ଟାଲ ତୁଳା ପୋଡ଼ି ଯାଇଥିିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe