ଧବଳହାର ଗ୍ରାମ୍ୟ ଜଙ୍ଗଲରେ ନିଆଁ

Advertisment
ଧବଳହାର ଗ୍ରାମ୍ୟ ଜଙ୍ଗଲରେ ନିଆଁ

Sambad

ବାଲିଅନ୍ତା: ଆଜି ମଧ୍ୟାହ୍ନରେ ପୁରୁଣା ଜଗନ୍ନାଥ ରାସ୍ତାର ବଇଁଚୁଆ ପଞ୍ଚାୟତ ଅଧୀନ ଧବଳାହାର ନିକଟରେ ଗ୍ରାମ୍ୟ ଜଙ୍ଗଲ ପୋଡ଼ି ଜଳିଯାଇଛି। ଫଳରେ ଜଙ୍ଗଲ ଭିତରେ ଥିବା ଶିଶୁ, ଝାଉଁ, କଦମ୍ବ, କୃଷ୍ଣଚୂଡ଼ା, ନିମ୍ବ ଆଦି ଅନେକ ପ୍ରକାରର ଶତାଧିକ ‌ବଡ଼ ଓ ଛୋଟ ଛୋଟ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକ ଏସଂପର୍କରେ ଅଗ୍ନିଶମ ସେବା କେନ୍ଦ୍ରକୁ ଫୋନ କରି ଜଣାଇଥିଲେ। ଖବର ପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀ ପହଞ୍ଚି ନିକଟସ୍ଥ ପୁରୀ କେନାଲରେ ପାଇପ ପକାଇ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।

ନିଆଁ ଲାଗିବର ପ୍ରକୃତ କାରଣ କଣ ଜଣାପଡ଼ି ନଥିବା ବେଳେ କେହି ଅସାମାଜିକ ବ୍ୟକ୍ତ ଜଙ୍ଗଲ ଭିତରେ ବିଡ଼ି କିମ୍ବା ସିଗାରେଟ ପକାଇ ନିଆଁ ଲଗାଇ ଦେଇଥବା କୁହାଯାଉଛି। ସୂଚନା ଯୋଗ୍ୟ ଗତ କିଛିଦିନ ହେବ ପୁରୁଣାଜଗନ୍ନାଥ ପାର୍ଶ୍ବରେ ଥିବା ଉକ୍ତ ଜଙ୍ଗଲ ପ୍ରତି ବିପଦ ଦେଖାଦେଇଛି। ବାରମ୍ବାର ଅଗ୍ନିକାଣ୍ଡ ଘଟି ପିପୁଳ ପରିମାଣର ଗଛ ଜଳିଯାଇଛି। ହେଲେ ବିଭାଗ ପକ୍ଷରୁ ଏଯାଏ ନଷ୍ଟ ହୋଇଯାଇଥିବା ଗଛ ସ୍ଥାନରେ ସାନି ବନୀକରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଦିଗରେ କର୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe