ଜଙ୍ଗଲରେ ନିଆଁ, ଅଳ୍ପକେ ରକ୍ଷା ପାଇଲା ଗାଁ

Advertisment
ଜଙ୍ଗଲରେ ନିଆଁ, ଅଳ୍ପକେ ରକ୍ଷା ପାଇଲା ଗାଁ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଆମେଣାକୁଦ ପଞ୍ଚାୟତ କୁଦ ପାଟଣା ଜଙ୍ଗଲରେ ଆଜି ନିଆଁ ଲାଗିଥିଲା। ସୌଭାଗ୍ୟ ବଶତଃ ଜଙ୍ଗଲ ନିକଟରେ ଥିବା ଗାଁ ଅଳ୍ପକେ ରକ୍ଷା ପାଇଯାଇଛି। ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଆୟତ୍ତ କରିଥିଲେ ।
ସୂଚନା ଅନୁସାରେ, ଆଜି ଅପରାହ୍ନ ୧୧ଟା ସମୟରେ କୁଦପାଟଣା ରାସ୍ତା କଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିଲା। କୌଣସି ବ୍ୟକ୍ତି ବିଡି କିମ୍ବା ସିଗାରେଟ ଖାଇ ଜଙ୍ଗଲକୁ ପକାଇ ଦେଇଥିଲେ। ନିଆଁ ପ୍ରକୋପରେ ଛୋଟଛୋଟ ଗଛ, ଶୁଖିଲା ଡାଳ ପତ୍ର ଜଳିବାରେ ଲାଗିଥିଲା। ଅନେକାଂଶରେ ଆକାଶିଆ, ଚାକୁଣ୍ଡା ପ୍ରଭୃତି ଗଛ ପୋଡିଯାଇଛି। ସୌଭାଗ୍ୟ ବଶତଃ ନିକଟରେ ଥିବା ଗାଁ ଅଳ୍ପକେ ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଥିଲା। ସେହିପରି ଅପରାହ୍ନ ୫ଟାରେ ରାଜସ ନିକଟରେ ଥିବା ଏକ ବାଉଁଶ ଜଙ୍ଗଲରେ ଲାଗିଥିବା ନିଆଁକୁ ବାଲିପାଟଣା ଅଗ୍ନିଶମ ବାହିନୀ ଆୟତ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe