ଗଡ଼କଣ୍ଟୁଣିଅ ଗ୍ରାମ୍ୟ ଜଙ୍ଗଲରେ ନିଆଁ

ଗଡ଼କଣ୍ଟୁଣିଅ ଗ୍ରାମ୍ୟ ଜଙ୍ଗଲରେ ନିଆଁ

ବାଲିଅନ୍ତା: ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଞ୍ଚଳର ପୃଥକ ପୃଥକ ସ୍ଥାନରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର ଗଛଲତା ପୋଡ଼ି ପାଉଁଶ ହୋଇଯାଇଛି। ଜଙ୍ଗଲ ଜଳୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀଙ୍କୁ ଫୋନ କରି ଜଣାଇଥିଲେ । ଖବର ପାଇ ବାଲିଅନ୍ତା ସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।

ପ୍ରାପ୍ତ ସୂଚନା ମୁତାବକ ଆଜି ଅପରାହ୍ନରେ ଗଡ଼କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠ ସମ୍ମୁଖରେ ଥିବା ପୁରୀ କେନାଲ ବନ୍ଧ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଫଳରେ ସେଠାରେ ଥିବା ଅନେକ ପାଥୁଡ଼ି , ବଉଳ , ବର , ଆକାଶିଆ ଓ ଚାଖୁଣ୍ଡା କିସମର ଗଛ ଜଳିଯାଇଛି । ସେହିପରି ସଂଧ୍ୟା ସମୟରେ ବାଲିଅନ୍ତା ଥାନା ନିକଟରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ପରିମାଣର ଜଙ୍ଗଲି ଗଛ ଜଳିଯାଇଛି । ସ୍ଥାନୀୟ ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe