ହଟିଆ-ଝାରସୁଗୁଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ହଟିଆ-ଝାରସୁଗୁଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

YouTube

ବାମରା: ହଟିଆ- ଝାରସୁଗୁଡ଼ା ଏକ୍ସପ୍ରେସ ଟ୍ରେନର ଏକ ବଗିରେ ନିଆଁ ଲାଗି ଯାଇଥିଲା। ତୁରନ୍ତ ଏହାକୁ ଆୟତ୍ତ କରାଯିବା ଫଳରେ ଏକ ବଡ଼ ଅଘଟଣ ହେବାରୁ ବଞ୍ଚି ଯାଇଥିଲା। ସୂଚନା ଅନୁସାରେ, ଗତ ରାତିରେ ହଟିଆରୁ ଝାରସୁଗୁଡ଼ା ଫେରୁଥିବା ଏକ୍ସପ୍ରେସ ଟ୍ରେନ୍‌ର ୬ ନମ୍ବର ବଗିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହି ଟ୍ରେନରେ ରାଉରକେଲାରୁ ଆସୁଥିବା ଗଡ଼ପୋଷର ସ୍ବେଚ୍ଛାସେବୀ ଦେଖି ତୁରନ୍ତ ଦୌଡ଼ି ଯାଇ ଟ୍ରେନର ଗାର୍ଡଙ୍କୁ ଜଣାଇଥିଲେ। ଗାର୍ଡ ଜଣକ ଷ୍ଟେସନ ମାଷ୍ଟରକୁ ଖବର ଦେଇଥିଲେ।

ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ନିଆଁ ଲିଭା କାମରେ ଲାଗି ପଡ଼ିଥିଲେ। ପ୍ରାୟ ୧ ଘଣ୍ଟା ଧରି ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଉକ୍ତ ଟ୍ରେନ୍‌ରେ ହାତ ଗଣତି ଲୋକ ଥିବାରୁ ଅଗ୍ନିକାଣ୍ଡ କେମିତି ହେଲା କେଉଁ ଷ୍ଟେସନଠାରୁ ଏଭଳି ହୋଇଥିଲା ସେ ନେଇ କୌଣସି ଠିକ୍‌ ଭାବେ ଜଣା ପଡ଼ି ନ ଥିଲା। ନିଆଁ ଲାଗିବା ବିଷୟରେ ଷ୍ଟେସନ ମାଷ୍ଟର ଚକ୍ରଧରପୁର ଡିଭିଜନ, ଦକ୍ଷିଣ ପୂର୍ବ ରେଳପଥ, କୋଲକାତା ଓ ରେଲୱେ ବୋର୍ଡ ଦିଲ୍ଲୀକୁ ସୂଚନା ଦେଇଥିଲେ। ଏ ବାବଦରେ ଆର୍‌ପିଏଫ୍‌ର ଜଣେ ଅଧିକାରୀଙ୍କୁ ପଚାରିବାରୁ, ତଦନ୍ତ ପରେ ନିଆଁ ଲାଗିବାର କାରଣ ଜଣାପଡ଼ିବ ବୋଲି କହିଥିଲେ। ଅତିଶୀଘ୍ର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe