ହୀରାକୁଦରେ ଅଗ୍ନିକାଣ୍ଡ

ହୀରାକୁଦରେ ଅଗ୍ନିକାଣ୍ଡ

Wikipedia

ହୀରାକୁଦ: ଆଜି ହୀରାକୁଦ ହିଣ୍ଡାଲକୋ କଲୋନିରେ ଅଗ୍ନିକାଣ୍ଡ ଘଟିଛି। ହିଣ୍ଡାଲକୋ କଲୋନୀରେ ରହୁଥିବା ସଂଜୀବ ହୋତାଙ୍କ ଘରେ ଆଜି ସକାଳେ ସଟ୍‌ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲାl ସଂଜୀବ ଡ୍ୟୁଟିରେ ଥିବା ବେଳେ ତାଙ୍କ ପତ୍ନୀ ଘରେ ଥିଲେ। ଘରର ଟିଭି, ଏସି ସହିତ ଅନ୍ୟାନ୍ୟ ଆସବାବପତ୍ର ସବୁ ପୋଡ଼ିଯାଇଛି।

ଘଟଣା ସଂକ୍ରାନ୍ତରେ ଖବର ପାଇ ହିଣ୍ଡାଲକୋର ଅଗ୍ନିଶମ ବାହୀନି ସେଠାରେ ପହଂଚି ନିଆଁ ଲିଭାଇଥିଲା। ତେବେ, ସେତେବେଳକୁ ଘରର ସବୁ କିଛି ପୋଡ଼ି ସାରିଥିଲା। ତେ‌ବେ, ଅଗ୍ନିଶମ ବାହିନୀର ନିଆଁ ଲିଭାଇବାରେ ତତ୍ପରତା ଯୋଗୁଁ ପାଖ ଘରଗୁଡ଼ିକ ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା କହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe