ହୋଟେଲର ରୋଷେଇଶାଳରେ ଜଳିଗଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର, ବର୍ତ୍ତିଲେ ଲୋକେ

Advertisment
ହୋଟେଲର ରୋଷେଇଶାଳରେ ଜଳିଗଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର, ବର୍ତ୍ତିଲେ ଲୋକେ

ପାରଳାଖେମୁଣ୍ଡି: ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି ପାରଳାଖେମୁଣ୍ଡିର ହୋଟେଲ ଶ୍ରୀକୁଞ୍ଜ। ଜନଗହଳିପୂର୍ଣ୍ଣ ସମୟରେ ଆଜି ଅପରାହ୍ନରେ ହଠାତ୍‌ ରୋଷେଇଶାଳରେ ଲାଗିଥିଲା ନିଆଁ। ଗ୍ୟାସ ସିଲିଣ୍ଡର ଲିକ୍‌ ହେବା ଯୋଗୁଁ, ସିଲିଣ୍ଡର ସହ ଆସବାବପତ୍ର ହୁତୁହୁତୁ ହୋଇ ଜଳି ଉଠିଥିଲା। କିନ୍ତୁ ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା ପରେ ହୋଟେଲରେ ଥିବା ଗ୍ରାହକ ଓ ହୋଟେଲ କର୍ମଚାରୀ ଭୟଭୀତ ହୋଇ ବାହାରକୁ ଦୌଡି ଆସିଥିଲେ।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ସିଲିଣ୍ଡର୍‌ ଫାଟିବା ପୂର୍ବରୁ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଫଳରେ ନିଶ୍ଚିତ ଭାବରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ଲୋକେ। ଜନଗହଳିପୂର୍ଣ୍ଣ ରାଜଦାଣ୍ଡ ବଜାର ମଧ୍ୟରେ ଏପରି ଏକ ଖବର ପାଇ ସହରରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe