ଅଗ୍ନିକାଣ୍ଡରେ ୪ ଗାଈ ଜୀବନ୍ତ ଦଗ୍ଧ

Advertisment
ଅଗ୍ନିକାଣ୍ଡରେ ୪ ଗାଈ ଜୀବନ୍ତ ଦଗ୍ଧ

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ୍‌ କଲ୍ୟାଣପୁର ପଞ୍ଚାୟତର ଦୁବକଣ ଗ୍ରାମରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣା ପଡ଼ି ନଥିଲା।

ଗତକାଲି ରାତିରେ ବାସୁଦେବ ମଲିକ ଶୋଇଥିବା ବେଳେ ତାଙ୍କ ଘର ଓ ଗୁହାଳରେ ହଠାତ ନିଆଁ ଲାଗି ଯାଇଥିଲା। ଭୟଭୀତ ହୋଇ ଘରର ସଦସ୍ୟ ଘରୁ ବାହାରକୁ ଚାଲି ଆସିଥିଲେ। ବାସୁଦେବଙ୍କ ଘରୁ ନିଆଁ ଓ ଧୁଆଁ ବାହାରିବା ଦେଖି ପାଖପଡ଼ିଶା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗୁହାଳରେ ବନ୍ଧା ହୋଇଥିବା ଗାଈକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ଦୁର୍ଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ ବାସୁଦେବଙ୍କ ୪ ଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

publive-image Deccan Herald

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ନିଆଁରେ ସବୁ ଜଳି ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe