ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ବସ-ଟ୍ରକ

Advertisment
ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ବସ-ଟ୍ରକ

ଯାଜପୁର: ଯାଜପୁର ଟାଉନସ୍ଥିତ କିଆନାଳି କୂଳରେ ଥିବା ଆର.ଏମ୍‌.ସି ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ପାଖରେ ଥିବା ଏକ ଘରୋଇ ବସ ସହ ଗୋଟିଏ ଟମାଟୋ ବୋଝେଇ ଟ୍ରକ ଅଳ୍ପକେ ବର୍ତ୍ତିଯାଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଏକ ଟ୍ରାନ୍‌ସଫର୍ମରରେ କୌଣସି କାରଣ ବଶତଃ ନିଆ ଲାଗିଯାଇଥିଲା। ଫଳରେ କମ୍ପ୍ଲେକ୍ସ ମଧ୍ୟରେ ଥିବା ଉଠା ଦୋକାନ ଗୁଡିକରେ ନିଆଁ ମାଡି ଯାଇଥିଲା । ନିଆଁ ଜୋରରେ ଜଳିଥିଲା। ପାଖାପାଖି ୧୦ରୁ ଉର୍ଦ୍ଧ୍ଵ ଦୋକାନରେ ନିଆଁ ଲାଗିବା ସହ ପାଖରେ ଥିବା ଏକ ଟମାଟୋ ବୋଝେଇ ଟ୍ରକ ଓ ଏକ ଘରୋଇ ବସକୁ ମଧ୍ୟ ବ୍ୟାପି ଯାଇଥିଲା। କିନ୍ତୁ ଯାଜପୁର ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର ଖବର ପାଇବା ପରେ ଦମକଳ ବହିନୀକୁ ସଙ୍ଗେ ସଙ୍ଗେ ଡକେଇ ଥିଲେ। ଆଉ ବଡ ଧରଣର କ୍ଷୟ କ୍ଷତି ହେବା ପୂର୍ବରୁ ତାହାକୁ ରୋକାଯାଇ ପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe