ଜଳୁଛି ବେଟକେରି ଜଙ୍ଗଲ; ଆୟତ୍ତ ପାଇଁ ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ଜାରି

ଜଳୁଛି ବେଟକେରି ଜଙ୍ଗଲ; ଆୟତ୍ତ ପାଇଁ ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ଜାରି

ଜି. ଉଦୟଗିରି: ପ୍ରବଳ ଖରା ଗରମକୁ ଜଙ୍ଗଲରେ ନିଆଁ। ସ୍ଥାନୀୟ ବନବିଭାଗ ଅଧିନରେ ଥିବା ବେଟିକଲା ନିକଟ ବେଟକେରି ଜଙ୍ଗଲରେ ଆଜି ଅପରାହ୍ନରେ କେଉଁ ଦୁର୍ବୃତ୍ତ ଏହି ଜଙ୍ଗଲରେ ନିଆଁ ଲଗେଇ ଦେବା ଫଳରେ ସାରା ଜଙ୍ଗଲ କିଛି ସମୟ ମଧ୍ୟରେ ନିଆଁର ଆଁ ଭିତରକୁ ଚାଲି ଯାଇଥିଲା। ବିଶାଳ ପାହାଡ଼ ପର୍ବତ ସାଙ୍ଗକୁ ଘଞ୍ଚ ଜଙ୍ଗଲ ପୁଣି ପ୍ରଚଣ୍ଡ ଖରା ଗରମ ଏହି ସମୟରେ ନିଆଁ ପାଖକୁ ଯିବା କେତେ କଷ୍ଟ। କିନ୍ତୁ ଖବର ପାଇ ବନବିଭାଗ କର୍ମଚାରୀ ନିଆଁ ଲିଭାଇବା ସହ ନିଆଁକୁ ଆୟତ୍ତ କରିବା ନିମନ୍ତେ ଚେଷ୍ଟା ଜାରି ରଖିଥିବା ବେଳେ ଖରା ଗରମ ନିଆଁକୁ ଆୟତ୍ତ କରିବାରେ ବାଧା ସୃଷ୍ଟି କରୁଥିବା ଦେଖୁବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe