ବନାଗ୍ନି: ପୋଡ଼ୁ, ମକା ଚାଷ ପାଇଁ ଲଗାଉଛନ୍ତି ଜଙ୍ଗଲ, ୩୦ସ୍ଥାନରେ ଲାଗୁଛି ନିଆଁ

Advertisment

ଲିଭାଇବାକୁ ନାକେଦମ୍ ବନବିଭାଗ

ଲିଭାଇବାକୁ ନାକେଦମ୍ ବନବିଭାଗ

ବନାଗ୍ନି: ପୋଡ଼ୁ, ମକା ଚାଷ ପାଇଁ ଲଗାଉଛନ୍ତି ଜଙ୍ଗଲ, ୩୦ସ୍ଥାନରେ ଲାଗୁଛି ନିଆଁ

ଜୟପୁର: ଖରାର ପ୍ରକୋପ ବଢ଼ି ଚାଲିଛି। ତାପ ମାତ୍ରା ବି ବଢ଼ୁଛି। ବନସୁରକ୍ଷା ସମିତି କରି ସଚେତନ କରିବା ପରେ ବି ଜଙ୍ଗଲ ପାର୍ଶ୍ବ ଗ୍ରାମାଂଚଳର ଲୋକେ ସଚେତନ ହେବାର ନାଁ ନେଉନାହାନ୍ତି। ପୋଡୁଚାଷ ଓ ମକାଚାଷ ପାଇଁ ବ୍ୟାପକ ଭାବେ ​ଛୋଟ ବଡ ଜଙ୍ଗଲ, ପାହାଡରେ ନିଆଁ ଲଗାଉଛନ୍ତି। ଜଙ୍ଗଲରେ ଡାଳପତ୍ର ଶୁଖିଲା ପଡ଼ିଥିବାରୁ କେଉଁଠି ଟିକେ ନିଆଁ ଲାଗିଗଲେ ଏହା ବ୍ୟାପିବା ସହ ବ୍ୟାପକ ହେଉଛି। ଚଳିତବର୍ଷ ଜୟପୁର ବନଖଣ୍ଡରେ ଜାନୁଆରିରୁ ଏପ୍ରିଲ ଆଜି ଯାଏଁ ୬୧୯ଟି ସ୍ଥାନରେ ନିଆଁ ଲାଗି ସାରିଲାଣି। ଦିନକୁ ୩୦ଟି ସ୍ଥାନରେ ନିଆଁ ଲାଗୁଛି। ଏପରିକି ଛୋଟ ବଡ ପାହାଡରେ ନିଆଁ ଲଗାଉଥିବାରୁ ପାରାସ୍କ୍ବାର୍ଡ, ନିଆଁ ଲିଭା ଦଳ ପାହାଡ ଉପରକୁ ଯାଇ ଲିଭାଇ ତଳକୁ ଫେରିବା ବେଳକୁ ପୁଣି ଲାଗୁଛି। ନିଆଁ ଲିଭାଇ ଲିଭାଇ ନାକେଦମ୍ ହୋଇ ପଡ଼ିଛି ବନବିଭାଗ।

ଗତକାଲି ଓ ଆଜି ୪୫ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ଗତ ଜାନୁଆରିରୁ ଆଜି ଯାଏଁ ସର୍ବାଧିକ ବୋରିଗୁମ୍ମା ​ରେଂଜରେ ସର୍ବାଧିକ ୧୮୯ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜୟପୁର ରେଂଜରେ ୧୨୯,  ଗୁପ୍ତେଶ୍ବର ରେଞ୍ଜରେ ୧୦୦ଟି ,କୁନ୍ଦ୍ରା ରେଞ୍ଜ ଓ  ବୈପାରୀଗୁଡା ରେଞ୍ଜରେ ୫୦ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍ ଚିତ୍ର ଉତ୍ତୋଳନ କରିଥିବା କହିଛନ୍ତି ଡିଏଫଓ ବେହେରା। ଜୟପୁର ରେଞ୍ଜରେ ୧୨୯ଟି ସ୍ଥାନରେ ଲାଗିଥିବା ବେଳେ ପ୍ରତିଦିନି ନିଆଁ ଲାଗିବା ଏବଂ ଲିଭାଇବା ପ୍ରକ୍ରିୟାରେ କର୍ମଚାରୀ ମାନେ ହନ୍ତସନ୍ତ ହୋଇ ପଡ଼ୁଥିବା କହିଛନ୍ତି ରେଂଜର ସଚ୍ଚିନନ୍ଦନ ପରିଡ଼ା। ଜୟପୁର ରେଂଜରେ ୩ଟି ସେକ୍ସନରେ ୧୦ଜଣ ନିଆଁଲିଭା କର୍ମଚାରୀ ରହିଥିବାରୁ ସବୁ ଆଡେ ବୁଲି ଲିଭାଇବା ସମ୍ଭବ ପର ହେଉନି। ଲିଭାଇକି କର୍ମଚାରୀ ମାନେ ଆସିବା ମାତ୍ରକେ ପୁଣି ଲୋକେ ନିଆଁ ଲଗାଉଛଥିବାରୁ ଏହା ବନ୍ଦ ହେବା ନାଁ ନେଉନି ବୋଲି କହିଛନ୍ତି ରେଂଜର। ଯେତେ ବନସୁରକ୍ଷା ସମିତି ଗଠନ କରି ସଚେତନତା ସୃଷ୍ଟି କରିବା ବାଦେ ମଧ୍ୟ ଜାଳେଣୀ କାଠ, ଓ ପଢ଼ୁଚାଷ କରିବା ପାଇଁ ନିଆଁ ଲଗାଉଛନ୍ତି ବୋଲି କହିଛନ୍ତି ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe