ବିଧାୟକଙ୍କ ଆମ୍ବ ବଗିଚାରେ ନିଆଁ

Advertisment
ବିଧାୟକଙ୍କ ଆମ୍ବ ବଗିଚାରେ ନିଆଁ

ରାମଚନ୍ଦ୍ରପୁର : ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଆମ୍ବ ବଗିଚାରେ ନିଆଁ ଲାଗି ଦୁଇ ଏକରରୁ ଅଧିକ ଜାଗାରେ ଥିବା ଆମ୍ବ ବଉଳ ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଶ୍ରୀ ପାତ୍ରଙ୍କ ବୋହୁଗଡିଆସ୍ଥିତ ଫାର୍ମ ହାଉସ ନିକଟରେ ଥିବା ଆମ୍ବ ବଗିଚାରେ ନିଆଁ ଲଗାଇ ଦେଇଛି ବୋଲି ସେ କହିଛନ୍ତି ।

ଖବର ପାଇ ରାତ୍ରି ୧୨ ସମୟରେ ଘସିପୁରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁ ପ୍ରକୋପରେ ଦୁଇ ଏକରରୁ ଅଧିକ ପରିମିତ ଆମ୍ବ ଗଛ ସହ ଲକ୍ଷାଧିକ ଟଙ୍କାର ଆମ୍ବ ଚଣା ନଷ୍ଟ ହୋଇଥିବା ଜଣାପଡିଛି । ଏ ସମ୍ବନ୍ଧରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ସେପଟେ ଦୁଇଦିନ ତଳେ ଗଡବାନ୍ଧଗୋଡା କାଜୁ ଜଙ୍ଗଲ ପୋଡି ଘଟଣାରେ ଲିଜଧାରୀ ଜୟନ୍ତକୁମାର ବିଶ୍ବାଳ ଆଜି ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe