ଜମି ନିଆଁରୁ ନୀଳଗିରି ବଗିଚା ପୋଡ଼ିଗଲା

Advertisment
ଜମି ନିଆଁରୁ ନୀଳଗିରି ବଗିଚା ପୋଡ଼ିଗଲା

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ରୁପ୍ରା ପଞ୍ଚାୟତ ଅଧୀନ ପାଣିଟାଙ୍କି ପଡ଼ାର ଜମିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ଜମିରେ ଥିବା ଧାନ, ନଡ଼ା ଓ ଗଛର ଶୁଖିଲା ପତ୍ରରେ ନିଆଁ ଲାଗି ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। ନିକଟରେ ଥିବା ଗିଧାମାଲ୍ ଗ୍ରାମର ରବି ନାରାୟଣ ନାଏକଙ୍କ ନୀଳଗିରି ବଗିଚାରେ ନିଆଁ ଲାଗିଯିବାରୁ ଶତାଧିକ ଗଛ ପୋଡ଼ି ବ୍ୟାପକ କ୍ଷତି ହୋଇଛି। ଉକ୍ତପଡ଼ାର ଲୋକେ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ନର୍ଲା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। କିଛି ସମୟ ପରେ କେନ୍ଦ୍ରରୁ ଏଏସ୍ଆଇ ତରଣୀସେନ ମିର୍ଦ୍ଧାଙ୍କ ନେତୃତ୍ୱରେ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe