ରାଉରକେଲା: ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ବାଲୁଘାଟସ୍ଥ ତରକେରା ଓପିଟିସିଏଲ୍ ଗ୍ରୀଡ୍ରେ ଅଗ୍ନିକାଣ୍ଡ ଘଟି ବହୁ ବୈଦ୍ୟୁତିକ ସାମଗ୍ରୀ ସହ ଟ୍ରାନ୍ସଫର୍ମର ଜଳିପୋଡି ପାଉଁଶ ହୋଇଯାଇଛି। ନିଆଁକୁ କାବୁ କରିବାକୁ ଓଡ଼ିଶା ଅଗ୍ନିଶମ ବିଭାଗର ୪ଟି ଓ ଆର୍ଏସ୍ପିର ଗୋଟିଏ, ଏମିତି ମୋଟ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ପ୍ରାୟ ଘଣ୍ଟା ପରେ ନିଆଁକୁ କାବୁ କରାଯାଇଥିଲା। ଅଗ୍ନିକାଣ୍ଡରେ କୌଣସି କର୍ମଚାରୀ ହତାହତ ହୋଇନଥିବା ଜଣାପଡ଼ିଛି।
ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଓପିଟିସିଏଲ୍ର ବରିଷ୍ଠ ଅଧିକାରୀ ଓ ଟେକ୍ନିକାଲ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରୀଡ୍ ଜଳିଯିବା ପରେ ଟାୱାର ପାୱାରକୁ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ସହରର ଅଧିକାଂଶ ଅଞ୍ଚଳ ପ୍ରାୟ ୨ ଘଣ୍ଟା ଅନ୍ଧାରରେ ରହିଥିଲା।
କର୍ମଚାରୀମାନେ ପହଞ୍ଚି ମରାମତି କରିବା ପରେ ସହରର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିଲା।
ଓପିଟିସିଏଲ୍ର ଜଣେ କର୍ମଚାରୀଙ୍କ କହିବାନୁଯାୟୀ ରାତି ପ୍ରାୟ ସାଢ଼େ ୮ଟାରେ ବିଦ୍ୟୁତ୍ ସଟ୍ସର୍କିଟ ଯୋଗୁ ବଡଧରଣ ବିସ୍ଫୋରଣ ହୋଇଥିଲା।
ଅଧିକ ପଢ଼ନ୍ତୁ ଭୁଶୁଡୁଛି ବିଜେଡି, ଦଳ ଛାଡୁଛନ୍ତି ନେତା ଓ କର୍ମୀ
ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପୀ ଯାଇଥିଲା। ନିଆଁ ଲାଗିବା ପରେ ୨୨୦/୧୩୨ କେଭି ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ଜଳିଯାଇଥିଲା। ପ୍ରଥମେ ଅଗ୍ନିଶମ ବିଭାଗର ଦୁଇଟି ପରେ ଆଉ ଦୁଇଟି ସହ ଆର୍ଏସ୍ପିର ଗୋଟିଏ ଦମକଳଗାଡ଼ି ଗୋଟିଏ ପରେ ଗୋଟିଏ ଗ୍ରୀଡ୍ରେ ପହଞ୍ଚିଥିଲା।
ଅଧିକ ପଢ଼ନ୍ତୁ ନନ୍ଦନକାନନରେ ନୂତନ ଅତିଥି: ହାଇଦ୍ରାବାଦ ପ୍ରାଣୀଉଦ୍ୟାନ ସହିତ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ
Follow Us