ଖଳାରେ ଗଚ୍ଛିତ ଥିବା ଧାନକୁ ଦୁର୍ବୃତ୍ତ ନିଆଁ ଲଗାଇଦେଲେ

Advertisment
ଖଳାରେ ଗଚ୍ଛିତ ଥିବା ଧାନକୁ ଦୁର୍ବୃତ୍ତ ନିଆଁ ଲଗାଇଦେଲେ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବଗାଡ଼ ଗ୍ରାମରେ ଜଣେ ଚାଷୀ ଧାନ କାଟିବା ପରେ ଧାନ ମଡ଼ାଇ ନିଜ ଖଳାରେ ରଖିଥିଲେ। କେହି ଦୁର୍ବୃତ୍ତ ଏହି ଧାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବଗାଡ଼ ଗ୍ରାମର ପଦ୍ମନ ରଣା ବିଲରୁ ଧାନକାଟି ଧାନ ମଡ଼ାଇ ପାଖାପାଖି ୫୦ରୁ ଅଧିକ ବସ୍ତାରେ ଧାନ ଖଳାରେ ଗଚ୍ଛିତ କରି ରଖିଥିଲେ। ମଙ୍ଗଳବାର ସକାଳେ ସେ ଖଳାକୁ ଆସି ଦେଖିବାରୁ କେହି ଦୁର୍ବୃତ୍ତ ଉକ୍ତ ଧାନ ସବୁରେ ନିଆଁ ଲଗାଇ ଦେଇଥିବା ଜାଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସେ ଧର୍ମଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେବାରୁ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe