Image Courtesy of The Hindu
ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଯୋରନ୍ଦ। ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ମେଡ଼ିକାଲ ସମ୍ମୁଖରେ ଥିବା ସାହୁ ଭେରାଇଟ୍ ଷ୍ଟୋରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ନଗଦ ୪ ଲକ୍ଷ ୧୫ ହଜାର ଟଙ୍କା ଓ ଦୋକାନର ସମସ୍ତ ଜିନିଷ ପୋଡି ଯାଇଛି। ଖବର ପାଇ ଢେ଼ଙ୍କାନାଳ ଦମକଳ ବାହିନୀ ଓ ଗଁଦିଆ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ହେଁ କୌଣସି ଜିନିଷକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିନାହାଁନ୍ତି। ଘଟଣାସ୍ଥଳରୁ ଏକ ପେଟ୍ରୋଲ ବୋତଲ ଓ ଦିଆସିଲ ମିଳିଛି। ଉକ୍ତ ଘଟଣା ସମ୍ପର୍କରେ ଯୋରନ୍ଦା ଫାଣ୍ଡିରେ ଦୋକାନ ମାଲିକ ନାରାୟଣ ସାହୁ ଏକ ଅଭିଯୋଗ ଦାଏର କରିଛନ୍ତି।
ଗତ ଦୁଇମାସ ତଳେ ତାଙ୍କ ପଡୋଶୀ ଅବିନାଶ ପ୍ରଧାନ ଓ ବିଜୟ ପ୍ରଧାନଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା ଏବଂ ସେ ତାଙ୍କୁ ଧମକ ଦେଇଥିଲେ ତାଙ୍କ ଦୋକାନ ଘର ପୋଡ଼ିଦେବା ସହିତ ଜୀବନରେ ମାରିଦେବାକୁ। ତାଙ୍କ ଦୋକାନରେ ଚାରି ଲକ୍ଷ ପନ୍ଦର ହଜାର ଟଙ୍କା ନଗଦ କ୍ୟାସ ସହିତ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଥିବା ସେ ଦର୍ଶାଇଛନ୍ତି। ଏହାର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ପୁଲିସକୁ ନିବେଦନ କରିଛନ୍ତି।
Follow Us