କୋଭିଡ୍ ହସପିଟାଲ ଓ କେୟାରର ସଜଡା ଯାଇନି ଅଗ୍ନିନିରାପତ୍ତା ଅନୁସଙ୍ଗିକ ଭିତ୍ତିଭୁମି

Advertisment
କୋଭିଡ୍ ହସପିଟାଲ ଓ କେୟାରର ସଜଡା ଯାଇନି ଅଗ୍ନିନିରାପତ୍ତା ଅନୁସଙ୍ଗିକ ଭିତ୍ତିଭୁମି

Sambad

ଜୟପୁର: ଅହମ୍ମଦାବାଦର କୋଭିଡ୍ ହସପିଟାଲ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟସରକାରଙ୍କ ନିର୍ଦେଶରେ ଅଗ୍ନିଶମ ବିଭାଗ ପକ୍ଷରୁ ଜୟପୁର ସହରରେ ଥିବା କୋଭିଡ୍ ହସପିଟାଲ ଓ କୋଭିଡ କେୟାର ‌ସେଣ୍ଟରର ଫାୟାର ଅଡିଟ୍ କରାଯାଇଥିଲା। ତୁରନ୍ତ ୧୦ହଜାର ଲିଟରର ଓଭରହେଡ୍ ପାଣିଟାଙ୍କି, ହର୍ସରିଲ୍ ଓ ପର୍ଯ୍ୟାପ୍ତ ପରିମାଣର ଫାୟର ଏକ୍ସଟିଙ୍ଗ୍ୟୁସର ରଖିବାକୁ ଜିଲ୍ଲାପ୍ରଶାସନ ଓ ଜିଲ୍ଲାସ୍ବାସ୍ଥ୍ୟ ବିଭାଗକୁ ଚିଠି କରାଯାଇଥିଲା। ତେବେ ଏହି ଚିଠି ଦେବାର ଏବଂ ଉଭୟ ଡାକ୍ତରଖାନା ଆରମ୍ଭର ଦେଢ଼ ବର୍ଷ ପରେ ବି ଉଭୟ ସ୍ଥାନରେ ଅଗ୍ନିନିରାପତ୍ତା ପାଇଁ ସେଭଳି ବ୍ୟବସ୍ଥା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନି। ସଂପ୍ରତି ଉଭୟ ସ୍ଥାନରେ ଏହା କରାଯିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ପୂର୍ତ୍ତବିଭାଗ ପକ୍ଷରୁ କାମ ଆରମ୍ଭ ହୋଇଛି ବୋଲି କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକ।

ଏସବୁ କାମ ପାଇଁ ଟେଣ୍ଡର ହୋଇଥିବା ଏବଂ ଗତ କାଲି ହିଁ ପୁର୍ତ୍ତବିଭାଗର ଜୈନେକ କନିଷ୍ଠ ଯନ୍ତ୍ରୀ ତାଙ୍କ ନିକଟକୁ ଆସି ଆଲୋଚନା କରିଥିବା କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ନାୟକ। ଏହା ବାଦେ ଜିଲ୍ଲାର ଜୟପୁର କୋଭିଡ୍ ହସ୍ପିଟାଲ ଏବଂ କୋରାପୁଟ ଏସଏଲଏନ୍ଏମ୍ ମେଡିକାଲ କଲେଜ କୋଭିଡ୍ ୱାର୍ଡ ପାଇଁ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଏହାର ପରିସରରେ ଖୋଲାଯାଇଛି ବୋଲି କହିଛନ୍ତି। ଏଠାରେ ୬ଜଣ ଅଗ୍ନିଶମ ବିଭାଗର କନେଷ୍ଟବଲ ଓ କର୍ମଚାରୀଙ୍କୁ ୨୪ଘଣ୍ଟିଆ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ନାୟକ। ଜୟପୁର କୋଭିଡ୍ ହସ୍ପିଟାଲରେ ଶତାଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏଦିଗରେ ଗୁରୁତର ସହ ବିଚାରକୁ ନେଇ ତୁରନ୍ତ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ସଜାଡିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe