କୁରୋଡପଶିରେ ଅଗ୍ନିକାଣ୍ଡ: ୨୫ ଛେଳି ଜିଅନ୍ତା ଜଳିଗଲେ

Advertisment
କୁରୋଡପଶିରେ ଅଗ୍ନିକାଣ୍ଡ: ୨୫ ଛେଳି ଜିଅନ୍ତା ଜଳିଗଲେ

iStock

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କୁରୋଡପଶି ଗ୍ରାମର ଏକ ଗୁହାଳରେ ରବିବାର ସନ୍ଧ୍ୟା ୭ଟାରେ ଅଗ୍ନିକାଣ୍ଡ ଘଟିଛି । ୨୫ ଛେଳି ଜୀଅନ୍ତା ଜଳିଯାଇଛନ୍ତି।  ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବାବେଳେ ଛେଳି ପାଳନ କରୁଥିବା ପରିବାର ସର୍ବସ୍ବାନ୍ତ ହୋଇପଡିଛନ୍ତି। ଗ୍ରାମର ସୁଦର୍ଶନ ପେଂଠେଇ (୪୫) ସବୁ ଦିନ ଭଳି ରବିବାର ମଧ୍ୟ ସମସ୍ତ ଛେଳିକୁ ଜଙ୍ଗଲରୁ ଡାଳ ପତ୍ର ଖୁଆଇ ଆଣି ଗୁହାଳ ଘରେ ବାନ୍ଧିଥିଲେ ।

କୌଣସି କାରଣ ବଶତଃ ଗୁହାଳରେ ଅଗ୍ନିକାଣ୍ଡ ଘଟିଥିଲ। ଫଳରେ ଛୋଟ,ବଡ,ବୁଦା,ଖାସି ଆଦି ୨୫ ଛେଳି ଜୀବନ୍ତ ଜଳି ଯାଇଛନ୍ତି । ସୁଦର୍ଶନ ଦେଖି ଦୌଡି ଅଗ୍ନି ବାହିନୀକୁ ଜଣାଇ ଥିଲେ । ରିଆମାଳ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ମାତ୍ର ସେତେବେଳକୁ ଗୁହାଳ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲ। ଖବର ପାଇ ଆର୍‌.ଆଇ ବିପିନ ପ୍ରଧାନ,କୁଣ୍ଢେଇଗୋଳା ସରପଂଚ ଗୀତାଞ୍ଜଳି ପ୍ରଧାନ ପହଂଚି ତଦନ୍ତ କରୁଛନ୍ତି । ଜିଲ୍ଲା ପ୍ରଶାସନକୁ ଏ ବାବଦରେ ଅବଗତ କରାଯାଇଛି । କ୍ଷତି ପୂରଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିଛି। ସୋମବାର ମୃତ ଛେଳିଗୁଡିକୁ ବ୍ୟବଛେଦ କରାଯିବ । ଅଗ୍ନିକାଣ୍ଡରେ ଛେଳି ଓ ଘର ଜଳି ଯାଇ ୨ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି । ସୁଦର୍ଶନ ଛେଳି ରଖି ପରିବାର ପ୍ରତିପୋଷଣ କରୁଥିଲେ।ଏବେ କେମିତି ଚଳିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe