Sambad
ଜୟପୁର: ଜୟପୁର ପୌରାଂଚଳରେ ସର୍ବାଧିକ ସଂକ୍ରମିତ ପ୍ରତ୍ୟେକ ଦିନ ଚିହ୍ନଟ ହେବାରେ ଲାଗିଛନ୍ତି। ଅଧିକାଂଶ ସାହି, ଗଳି, ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଏବେ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଏତେ ବଡ଼ ସହରର ବିଭିନ୍ନ ସାହି, ବସ୍ତି ଓ ଗଳି, କାର୍ଯ୍ୟାଳୟ, ସ୍କୁଲ ଆଦିକୁ ଯାଇ ବିଶୋଧନ କରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ ହେଲେଣି। ସକାଳରୁ ରାତି ପର୍ଯ୍ୟନ୍ତ ସହରର ସବୁ ସାହି ଓ ଗଳିରେ ଯାଇ ବିଶୋଧନ କରାଯାଉଛି।
Sambadସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକ କହିଛନ୍ତି ଏହାରି ମଧ୍ୟରେ ପୁଣି କେଉଁଟି କିଛି ଅଘଟଣ ହେଲେ ବି କର୍ମଚାରୀ ମାନେ ସେଠାକୁ ବି ଯାଉଛନ୍ତି। ସଂପ୍ରତି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ୨୪ଘଣ୍ଟା ଧରି କାମ କରୁଥିବା କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ। ଲୋକେ ଅମାନିଆ ହୋଇ ନ ବୁଲି, କୋଭିଡର ଭୟାବହତାକୁ ବୁଝି ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ନାୟକ।
Follow Us