ଦୁଇଟି ବାଣ ଗୋଦାମ ଉପରେ ପୁଲିସର ଚଢାଉ ଲକ୍ଷାଧିକ ଟଙ୍କାର ବାଣ ଜବତ, ଦୁଇ ଗିରଫ

Advertisment
ଦୁଇଟି ବାଣ ଗୋଦାମ ଉପରେ ପୁଲିସର ଚଢାଉ ଲକ୍ଷାଧିକ ଟଙ୍କାର ବାଣ ଜବତ, ଦୁଇ ଗିରଫ

ବେଲଗୁଣ୍ଠା: ମାହାମାରୀ କରୋନା ସ୍ଥିତିରେ ସୁଧାର ଆସି ନଥିବାରୁ ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଧ କରିବା ସହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି I ତଥାପି ବିଭିନ୍ନ ଗ୍ରାମରେ ବାଣ ଲୁଚା ଚୋରାରେ ବିକ୍ରି ହେଉଥିବା ପୁଲିସର ଖବର ହସ୍ତଗତ ହୋଇଛି I ଗାଙ୍ଗପୁର ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବାଣ ଗଚ୍ଛିତ ଥିବା କୌଣସି ସୂତ୍ରରୁ ଖବର ପାଇ ସୋମବାର ରାତ୍ରରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ କ୍ଷତ୍ରୀୟବରପୁରସ୍ଥିତ ଅଜିତ୍ କୁମାର ତ୍ରୀପାଠୀଙ୍କ ବାଣ ଗୋଦାମ ଉପରେ ଚଢ଼ାଉ କରି ସେଠାରେ ଗଚ୍ଛିତ ଥିବା ବିଭିନ୍ନ କିସମର ପ୍ରାୟ ୩୦୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ବାଣ ଜବତ କରି ଅଜିତ ତ୍ରୀପାଠୀଙ୍କୁ ଗିରଫ କରିବା ସହ ୩୨୨ରେ ଏକ ମାମଲା ରୁଜୁ କରି ଅଜିତକୁ ଆସ୍କା କୋର୍ଟ ଚାଲାଣ କରାଯାଇଛି I

ଏହି ମାମଲାରେ ଥାନା ସବ୍ ଇନସପେକ୍ଟର ପ୍ରମୋଦ କୁମାର ବେହେରା ଘଟଣାର ତଦନ୍ତ କରୁଛନ୍ତି I ସେହିପରି ଗାଙ୍ଗପୁର ପୁଲିସ ଗୋବରା ନିକଟସ୍ଥ ବିଂଚଣା ଗ୍ରାମର ଅନନ୍ତ ପାତ୍ରଙ୍କ ଘର ଉପରେ ଚଢାଉ କରି ପ୍ରାୟ ୭୦୦୦୦ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ କିସମର ବାଣ ଜବତ କରି ଅନନ୍ତଙ୍କୁ ଗିରଫ କରିବା ସହ ୩୨୩ରେ ଏକ ମାମଲା ରୁଜୁ କରି ଆସ୍କା କୋର୍ଟ ଚାଲାଣ କରାଯାଇଛି I ଏହି ଘଟଣାରେ ଥାନା ଏଏସ୍ଆଇ ଆର୍ .କେ ସାହୁ ତଦନ୍ତ କରୁଛନ୍ତି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe