ଦଶପଲ୍ଲା: ଗୁଳି ଫୁଟାଇ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଗୁଳିମାଡ଼ରେ ଜଣେ ଆହତ

ଦଶପଲ୍ଲା: ଗୁଳି ଫୁଟାଇ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଗୁଳିମାଡ଼ରେ ଜଣେ ଆହତ

ଦଶପଲ୍ଲା: ଆଜି ଦିନ ପ୍ରାୟ ସାଢ଼େ ୧୦ ଟା ସମୟରୋ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଶିମିଳିସାହି ଗ୍ରାମ ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟା ହେଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଗୁଳି ଫୁଟାଇ ୧ ଲକ୍ଷ ୪୪ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦେଢ଼ସର ଗାଁର ଛକେଇ ପ୍ରଧାନ ଆହତ ହୋଇଛନ୍ତି। ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

publive-image

ସୂଚନା ଅନୁଯାୟୀ, ଆଜି ଶିମିଳିସାହି ପଞ୍ଚାୟତର ୪୯୭ ଜଣ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିବା ପାଇଁ ଭିଏଲଡବ୍ଲ୍ୟୁ ରୀନା ଦେଇ( ୨୪ ବର୍ଷ) ପିଅନଙ୍କ ସହିତ ପଞ୍ଚାୟତ ଅଫିସରେ ପହଞ୍ଚିଥିଲେ। ଏଥିପାଇଁ ସେମାନେ ସାଙ୍ଗରେ ୧ ଲକ୍ଷ ୬୫ ହଜାର ଟଙ୍କା ଆଣିଥିଲେ। ଦିନ ସାଢ଼େ ୧୦ଟା ସୁଦ୍ଧା ୨୦ହଜାର ୫ଶହ ଟଙ୍କାର ଭତ୍ତା ପ୍ରଦାନ ସରିଥିବା ବେଳେ ୩ ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ପହଞ୍ଚିଥିଲେ। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ୨ ଜଣ ଗେଟ ପାଖରେ ରହିି ଗୁଳି ଫୁଟାଇବା ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ ଧକ୍କା ମାରି ଭିଏଲଡବ୍ଲ୍ୟଙ୍କ ପକାଇ ଦେବା ସହିତ ପିଅନଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ୧ ଲକ୍ଷ ୪୪ ହଜାର ୫ଶହ ଟଙ୍କା ଯୋର ଜବରଦସ୍ତ ଛଡ଼ାଇ ବାହାରକୁ ପଳାଇ ଆସିଥିଲେ। ତେବେ ଦୁର୍ବୃତ୍ତମାନେ ଖସି ଯିବା ସମୟରେ ଭତ୍ତା ନେବାକୁ ଆସିଥିବା ବେଳେ ପାଟି କରିବାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ। ଗୋଟିଏ ଗୁଳି ଦେଢ଼ସର ଗାଁର ଛକେଇ ପ୍ରଧାନଙ୍କ ଡାହାଣ ହାତ ବାହୁରେ ବାଜିଥିଲା। ଗୁଳି ଫୁଟଇ ଦୁର୍ବତ୍ତମନେ ଟଙ୍କା ଲୁଟ୍‌ କରି ପଳାଇବା ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe