କଟକ: ବାଇକରେ ଆସି ପଛପଟୁ ଗୁଳିମାଡ଼ କଲେ ଦୁର୍ବୃତ୍ତ , ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି

Advertisment
ଆମେରିକା ସ୍କୁଲ୍‌ରେ ଗୁଳିକାଣ୍ଡ,୧୦ ମୃତ

କଟକ: ଆଜି ଦିନ ପ୍ରାୟ ୧୧ଟା ୪୫ ମିନିଟ୍‌ ସମୟରେ କଟକ- ଭୁବନେଶ୍ୱର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଜଣେ ବ୍ୟକ୍ତିଙ୍କ ଉପରକୁ ଦୁଇଜଣ ଯୁବକ ବାଇକ୍‌ରେ ଆସି ଗୁଳି କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍‌ଧାର କରି କଟକ ଏସସିବି ମେଡିକାଲରେ ଭର୍ତ୍ତି କରିଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଆକ୍ରମଣ ପୂର୍ବ ଶତୃତା ଯୋଗୁଁ ଘଟିିଛି। ଯୁବକ ଦୁଇଜଣ ଆହତ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଫଲୋ କରି ତେଲେଙ୍ଗାପେଣ୍ଠ ପର୍ଯ୍ୟନ୍ତ ଆସିଛନ୍ତି। ଗୁଳିମାଡ଼ କରି ସାରିବା ପରେ ସେମାନେ କଟକ ଆଡକୁ ପଳାଇ ଯାଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe